Home ଜଗତସିଂହପୁର କୋଲର ପଞ୍ଚାୟତରେ ନିର୍ମାଣ ଶ୍ରମିକ ଭତ୍ତା, ମାସ୍କ ଓ ରନ୍ଧା ଖାଦ୍ୟ ବଣ୍ଟନ

କୋଲର ପଞ୍ଚାୟତରେ ନିର୍ମାଣ ଶ୍ରମିକ ଭତ୍ତା, ମାସ୍କ ଓ ରନ୍ଧା ଖାଦ୍ୟ ବଣ୍ଟନ

154

ତିର୍ତ୍ତୋଲ୨୧/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଅସହାୟ, ନିର୍ମାଣ ଶ୍ରମିକ, ଦିନ ମଜୁରିଆ, ଭନ୍ନକ୍ଷମ ଆଦି ଜନସାଧାରଣମାନଙ୍କ ପାଇଁ ବିଭିନ୍ନ ସହାୟତାର ହାତ ବଢ଼ାଇଛନ୍ତି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ରେ ସରପଞ୍ଚ ଦିପ୍ତିମୟୀ ରାୟଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ଠାକୁର, ସତ୍ୟସାଇ, ଜୟ ବଜରଙ୍ଗ ବାଲି ୩ ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ଖାଦ ରନ୍ଧାଯାଇ ଘରେ ଘରେ ବଣ୍ଟନ କରାଯାଉଛି। ଏଥିରେ ମୋଟ ୧୯୮ ଜଣ ବ୍ୟକ୍ତିମାନଙ୍କ ପାଇଁ ପ୍ରତ୍ୟେକଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହିତ ପଞ୍ଚାୟତ ମାସ୍କ ବଣ୍ଟନ କରାଯାଥିବାବେଳେ ସରପଞ୍ଚ ଶ୍ରୀମତି ଦିପ୍ତୀମୟୀ ରାୟ ଓ ପଞ୍ଚାୟତ କାର୍ଯ୍ୟନିର୍ମାହୀ ଅଧିକାରୀ ନିଖିଲ୍ ପ୍ରଧାନଙ୍କ ଜରିଆରେ ୨୯୦ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ଘରେ ଘରେ ଭତ୍ତା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ନାଏବ ସରପଞ୍ଚ ଦେବେନ୍ଦ୍ର ଆଚାର୍ଯ୍ୟ, ଏମେ, ବିକେ କନକ ଲତା ପାଣି, ସନ୍ତୋଷୀ ଦାସ, ନିଳାଞ୍ଜଳୀ ହୋତା, କନକ ପ୍ରଭା ସ୍ୱାଇଁ, ରୀନାବାଳା ଦାସ, ସସ୍କିତା ସ୍ୱାଇଁ, ଶାନ୍ତିଲତା ପାଣି, କୁନିଲତା ଦଳାଇ, କବିତା ଦାସ, ନିର୍ମଳା ବାରିକ୍‌, ସନ୍ତୋଷୀ ଦାସ, ୱାର୍ଡ଼ସଭ୍ୟ/ସଭ୍ୟା ବନିତା ରାଉତ, ପ୍ରଫୁଲ ସେଠୀ, ପତିତପାବନ ବାରିକ୍‌, ଶୁସାନ୍ତ ବାରିକ୍‌, ରୋଜାଲିନି ସାହୁ, ସରଳା ବାରିକ୍‌, ରେଣୁବାଳା ରାଉତ, ସରିତା ମୟୀ ଖଟୁଆ, ପ୍ରଫୁଲ ସେଠୀ, ରେଣୁବାଳା ମହାନ୍ତି, ସୁରେନ୍ଦ୍ର ବେହେରା, ତାପସ ସେଠୀ, ନୃସିଂହ ଦାସ, ଅମୁଲ୍ୟ ଦାସ, ନିବେଦିତା ସେଠୀ, ବେଙ୍ଗ ବେହେରା, ଗିତାଞ୍ଜଳୀ ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। ପଞ୍ଚାୟତରେ ଥିବା ରାଜିବ ଗାନ୍ଧୀ ସେବାକେନ୍ଦ୍ରରେ ୧୫ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଥିବାବେଳେ ଏହି ଶିବିରରେ ସମ୍ଭାବ୍ୟ କରୋନା ଆକ୍ରାନ୍ତଙ୍କ ପାଇଁ ଆକୁଆ ଗାର୍ଡ଼ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ସହିତ ସମସ୍ତ ପ୍ରକାର ସାମଗ୍ରୀ ମହଜୁଦ ରଖାଯାଇଥିବା ସରପଞ୍ଚ ଶ୍ରୀମତି ରାୟ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.