Home ଜଗତସିଂହପୁର ମାସ୍କ ଓ ରନ୍ଧା ଖାଦ୍ୟ ବଣ୍ଟନ

ମାସ୍କ ଓ ରନ୍ଧା ଖାଦ୍ୟ ବଣ୍ଟନ

151

ତିର୍ତ୍ତୋଲ ୨୧/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – କରୋନା ମହାମାରୀକୁ ମୁକାବିଲା କରିବାପାଇଁ ରାଜ୍ୟ ସରକାର ସମସ୍ତ ଜନସାଧାରଣଙ୍କ ମୁହଁରେ ମାସ୍କ ବ୍ୟବହାର କରିବାପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତର ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ଅଶ୍ୱିନି କୁମାର ଦାସ ସଲମପୁର ଗ୍ରାମରେ ୧ ଶହରୁ ଉର୍ଦ୍ଧ ଜନସାଧାରଣମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। ଏହା ସହିତ ନିଜେ ପରିଷ୍କାର ପରିଛନ୍ନ ରହିବା ସହିତ ସାମାଜିକ ଦୂରତା ଅବଲମ୍ବନ କରିବା ଓ ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ବିନା ବାହାରକୁ ନଆସିବାପାଇଁ ନିବେଦନ କରିବା ସହିତ ସାନିଟାଇଜଂ ଉପରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଦାସଙ୍କ ସହିତ ଚନ୍ଦ୍ରମଣି ପରିଡ଼ା, ପ୍ରତାପ ପ୍ରଧାନ, ବିଜୁ ଜୁବବାହିନୀ ସଭାପତି ଦେବାଶିଷ ଦାସ, ବରଦା ସେଠୀ, ଅବିନାସ ବାରିକ୍‌, ଚିତ୍ତରଞ୍ଜନ ସେଠୀ, ସୁରେଶ କୁମାର ସାହୁ, ଅକ୍ଷୟ ମହାନ୍ତି, ଅଶୋକ ଦାସ, ମନୋରଞ୍ଜନ ଦାସ, ଶିବପ୍ରସାଦ ବାରିକ୍‌, ବଟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ମାସ୍କ ବାଣ୍ଟିବା ସହିତ ସଲମପୁର ଗ୍ରାମରେ ତ୍ରିନାଥ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା କରୋନା ମୁକାବିଲା ପାଇଁ କରାଯାଇଥିବା ଅସହାୟ, ଦରିଦ୍ର, ଭିନ୍ନକ୍ଷମ, ବୃଦ୍ଧ/ବୃଦ୍ଧାମାନଙ୍କୁ ପୂର୍ବତନ ସଭାପତି ଶ୍ରୀଯୁକ୍ତ ଦାସ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ଏଥିରେ ସିଆରପି ସସ୍ମିତା ଦାସ, ଫୁଲରାଣୀ ସେଠୀ, ଗୋଷ୍ଠୀର ସଭାପତି ବାସନ୍ତି ବେହେରା, ସମ୍ପାଦକ ସରୋଜିନି ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.