Home ଓଡ଼ିଶା ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟର ସପ୍ତମ ଦିବସରେ ସହର ଆଂଶିକ ଚଳଚଂଚଳ

ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟର ସପ୍ତମ ଦିବସରେ ସହର ଆଂଶିକ ଚଳଚଂଚଳ

201

ପୁରୀ, ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟର ସପ୍ତମ ଦିବସରେ କେତେକାଂଶରେ କେତେକ କୋହଳ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବା ଯୋଗୁଁ ଆଜି ସକାଳୁ ସକାଳୁ ସହରରେ ଆଂଶିକ ଚଳଚଂଚଳ ହୋଇ ଉଠିଥିବା ଦେଖାଯାଇଥିଲା। ଏକଡାଉନରେ ସମସ୍ତ କଟକଣାକୁ ମାନିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନିୟମ ରହିଥିଲେ ସୁଦ୍ଧା କେତେକ ଅମାନିଆ ଲୋକ ସହର ମଧ୍ୟରେ ଓ ବିଭିନ୍ନ ଗଳିକନ୍ଦି ରାସ୍ତାରେ ପାଇକରେ ଯିବାଆସିବା କରୁଥିବା ଦେଖିବାକୁ ମିଳିଥିଲା। ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଉଥିଲେ ମଧ୍ୟ ବଡଶଙ୍ଖ ଅଂଚଳରେ ଏହାର ଉଲ୍ଲଘଂନ ଦେଖାଯାଇଥିଲା। ଔଷଧ ଦୋକାନ, ଏଡିଏମ୍ କାଉଂଟର ଓ ଟ୍ରଲିରେ ବିକ୍ରି କରାଯାଉଥିବା ଫଳ ଓ ପନି ପରିବା ଆଦି ଦୋକାନ ଗୁଡିକ ସମ୍ମୁଖରେ ଲୋକମାନେ ସମଦୂରତା ରକ୍ଷା ନକରି ଏକାଧିକ ଭାବେ ଛିଡା ହୋଇ ରହିଥିବା ଦେଖାଯାଇଥିଲା। ସେହିପରି ସହରରେ ଥିବା ସବୁଠାରୁ ବଡ ମାଛ ବଜାର ରେଡକ୍ରସ ରୋଡରେ ଥିବା ମାଛମାର୍କେଟରେ ସୋମବାର ଥିବାରୁ ଗହଳି ଚହଳି ନଥିଲା। କାଁ ଭାଁ ଦୁଇ-ତିନୋଟି ଦୋକାନ ଖୋଲା ରହିଥିଲା। ଯେଉଁମାନେ ମାର୍କେଟ ଭିତରକୁ ପ୍ରବେଶ କରୁଥିଲେ ସେମାନଙ୍କ ପାଇଁ ହାତ ଧୋଇବା ପାଇଁ ପାଣି ଓ ସାନିଟାଇଜର ବ୍ୟବସ୍ଥା କରାଯାଇଥିବା ଦେଖାଯାଇଥିଲା। କରୋନାର ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଲୋକମାନଙ୍କୁ ସଚେତନତା କରାଇବା ସଙ୍ଗେ ସଙ୍ଗେ ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି। କରୋନରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଉପରେ ଲୋକମାନେ ଅଧିକ ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.