Home କେନ୍ଦୁଝର କୋର୍ଟଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ

କୋର୍ଟଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ

38

ହାଟଡ଼ିହି, ୭ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଣେ ମହିଳା ସରପଞ୍ଚଙ୍କୁ ର୍ଦୁବ୍ୟବହାର କରିବା ମାହାଙ୍ଗା ପଡିଛି ପୁଲିସ ଅଧିକାରୀଙ୍କୁ । ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନାର ତତ୍‌କାଳୀନ ଥାନା ଅଧିକାରୀ ଗଗନ ବିହାରୀ ନାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ସୋସୋ ଥାନା ଅଧିନସ୍ଥ ବାଙ୍ଗୋର ଗ୍ରାମପଞ୍ଚାୟତର ସରପଞ୍ଚ ସୁପ୍ରଭା ରାଉତ ଓ ତାଙ୍କ ସ୍ୱାମୀ ତଥା ବାଙ୍ଗୋର ପଞ୍ଚାୟତର ସଭିତିସଭ୍ୟ ବିବେକାନନ୍ଦ ରାଉତ ଗତ ଜୁନ ୨ତାରିଖରେ ଜଣେ ଯୁବକ ଟିଏମସିରୁ ପଳାଇବା ସମ୍ପର୍କରେ ବଉଳା ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ରାତି ୯ଟା ସମୟରେ ସୋସୋ ଥାନାର ଅଧିକାରୀ ସେଠାରେ ପହଞ୍ଚି ତାଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହିତ ତାଙ୍କୁ ମାଡ ମାରିଥିଲେ ଓ ତାଙ୍କ ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିଲେ । ଏ ସମ୍ପର୍କରେ ସରପଞ୍ଚ ସୋସୋ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ନଥିଲା । ଏହାପରେ ସେ ଆନନ୍ଦପୁର ଏସଡିପିଓ, କେନ୍ଦୁଝର ଏସ.ପି ଓ ଡିଜିଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଇ ନଥିଲା । ପରେ ସରପଞ୍ଚ ସୁପ୍ରଭା ରାଉତ ଏ ସମ୍ପର୍କରେ ମାନ୍ୟବର ହାଇକୋର୍ଟରେ ଏକ ଆବେଦନ କରିବାପରେ ହାଟକୋର୍ଟଙ୍କ ନିର୍ଦ୍ଦେଶ ପରେ ଥାନା ଅଧିକାରୀ ଗଗନ ନାୟକଙ୍କ ବିରୁଦ୍ଧରେ ଗତ ୧ତାରିଖରେ ସୋସୋ ଥାନା କେସନଂ ୧୨ ଦଫା ୩୪୧ ଓ ୩୨୩ରେ ମାମଲା ରୁଜୁ କରାଯାଇଛି । ଏ ସମ୍ପର୍କରେ ସରପଞ୍ଚ ସୁପ୍ରଭା ରାଉତ କହିଛନ୍ତି ଯେ ଆମକୁ ସେତେବେଳେ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଥିଲେ ବି ଆମର ଅଭିଯୋଗକୁ ପୁଲିସ ଗ୍ରହଣ କରିନଥିଲା । ଆମେ ଏ ନେଇ ଅଦାଲତଙ୍କ ଆଶ୍ରୟ ନେବାପରେ ଯାଇ ଆମ ଅଭିଯୋଗକୁ ଗ୍ରହଣ କରାଯାଇ ମାମଲା ରୁଜୁ କରାଗଲା । ତେଣୁୁ ଜଣେ ସାଧାରଣ ଲୋକ କିପରି ନ୍ୟାୟ ପାଇପାରୁଥିବ ତାହା ଏହି ଘଟଣାରୁ ଷ୍ପଷ୍ଟ ଅନୁମେୟ ବୋଲି ସେ କହିଛନ୍ତି । ସେହିପରି ସେମାନେ ମୋ ଅଭିଯୋଗ ମୁତାବକ ମାମଲା ରୁଜୁ ନକରି ଦଫା କମାଇ ଦେଇଛନ୍ତି । ତେଣୁ ମୁଁ ପୁଣି ନ୍ୟାୟାଳୟର ଆଶ୍ରୟ ନେବି ବୋଲି ଶ୍ରୀମତୀ ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.