Home ଓଡ଼ିଶା କୋଣାର୍କ ଅର୍ବାନ ହାଟଠାରେ କ୍ରାଫ୍ଟ ବଜାର ଉଦ୍‌ଘାଟିତ

କୋଣାର୍କ ଅର୍ବାନ ହାଟଠାରେ କ୍ରାଫ୍ଟ ବଜାର ଉଦ୍‌ଘାଟିତ

32

ଭୁବନେଶ୍ୱର, ୮/୬ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ଅଧିନସ୍ଥ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଙ୍କ ଆର୍ଥିକ ସହାୟତାରେ ଏବଂ ଓଡିଶା ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ମିଳିତ ସହାୟତା କ୍ରମେ ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା କୋଣାର୍କ ସ୍ଥିତ ଅର୍ବାନ ହାଟଠାରେ ଚଳିତ ଜୁନ ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ କ୍ରାଫ୍ଟ ବଜାରର ଆୟୋଜନ କରାଯାଇଛି। ୧୦୦ ଜଣ କାରିଗର ଏଥିରେ ଅଂଶ ଗ୍ରହଣ କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରୟ କରୁଛନ୍ତି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଶିଙ୍ଘ, ବାଉଁଶ, ବେତ, ପିପିଲି ଚାନ୍ଦୁଆ, ପଥର ଖୋଦେଇ, କାଠ ଖୋଦେଇ, କଣ୍ଢେଇ, ଲୌହ ଶିଳ୍ପ, ଲାଖ, ଆଦିବାସୀ ଜୁଏଲାରୀ, ଇମିଟେସନ ଜୁଏଲାରୀ, ସବାଇ ଘାସ, କାଇଁଚ ଶିଳ୍ପ, କତା ଶିଳ୍ପ ସର୍ବୋପରି ସମ୍ବଲପୁରୀ ବସ୍ତ୍ର ଓ ରୂପା ତାରକସୀ ଆଦି ସାମଗ୍ରୀ ଏହି କ୍ରାଫ୍ଟ ବଜାରରେ ଉପଲବ୍ଧ ହେଉଅଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହି ବଜାରର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଶ୍ରୀମତୀ ଶୁଭା ଶର୍ମା, କମିଶନର ତଥା ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାର ଏହି ବଜାରକୁ ଉଦଘାଟନ କରିଛନ୍ତି। ଶ୍ରୀ ସରୋଜ କୁମାର ପଟେଲ, ସ୍ୱତନ୍ତ୍ର ଶାସନ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ, ଉତ୍କଳିକା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ୧୦ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ୫୦ ହଜାର ଦର୍ଶକଙ୍କର ସମାଗମ ହେବା ସହିତ ୪୦ ଳକ୍ଷ ଟଙ୍କାର ବ୍ୟବସାୟ ହେବାର ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.