Home କଳାହାଣ୍ଡି କେବିକେ-କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦାବୀ ଯୋର ଧରିବାରେ ଲାଗିଛି

କେବିକେ-କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦାବୀ ଯୋର ଧରିବାରେ ଲାଗିଛି

82

କଳାହାଣ୍ଡି- ତା.ତା.୦୫.୦୩.୨୦୨୦ ( ଓଡିଆପୁଅ/ ଦୁଷ୍ମନ୍ତ କୁମାର ପଣ୍ଡା) ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଜିଲ୍ଲା ( କେବିକେ ଅଂଚଳ) ସମେତ ପାଶ୍ୱବର୍ତୀ ଅବିଭକ୍ତ କନ୍ଧମାଳ ଜିଲ୍ଲାକୁ ମିଶାଇ କେବିକେ–କନ୍ଧମାଳ ସ୍ୱୟଂଶାସିତ ପରିଷଦ ଗଠନ ଦାବୀ ବର୍ତମାନ ଯୋର ଧରିବାରେ ଲାଗିଛି । ଏନେଇ ଭବାନୀପାଟଣା ଠାରେ ଦ୍ୱିତୀୟ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଠାରେ ଏହାର ମୂଳଦୂଆ ପକାଯାଇ ପ୍ରଥମ ସମ୍ମିଳନୀ ହୋଇଯାଇଥିବା ବେଳେ ସେହି ଅଂଚଳରେ ତୃଣମୂଳ ସ୍ତରରେ ଗ୍ରହଣୀୟ ହେବାରେ ଲାଗିଛି । ଗ୍ରୀନ କଳାହାଣ୍ଡି ର ଅଧ୍ୟକ୍ଷ ସିଦ୍ଧାର୍ଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବାନୀପାଟଣା ସମ୍ମୀଳନୀରେ କେବିକେ ଅଂଚଳର କଳାହାଣ୍ଢି, ନୂଆପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ବଲାଙ୍ଗୀର, ସୋନପୁର ଜିଲ୍ଲା ସମେତ କନ୍ଧମାଳ ଓ ବୌଦ ଆଦି ଦଶଟି ଜିଲ୍ଲାର ପ୍ରତିନିଧି ଏହି ସମ୍ମୀଳନୀରେ ଯୋଗ ଦେଇଥିଲେ । ଏହି ଅଂଚଳର ସମସ୍ତ ନାଗରିକଙ୍କୁ ସାମାଜିକ ନ୍ୟାୟ, ଜମିଜମା ସମେତ ଖଣିଖାଦାନ ଇତ୍ୟାଦିର ସମାନ ଅଧିକାର, ଶିଳ୍ପ ତଥା କଳକାରଖାନାରେ ସ୍ଥାନୀୟ ବେକାରଙ୍କୁ ଶତକଡା ୮୫ ଭାଗ ଚାକିରୀ, ସ୍ଥାନୀୟ ବେକାର ଶିଳ୍ପ ପ୍ରତିଷ୍ଠା କଲେ କରମୁକ୍ତ ବ୍ୟବସ୍ଥା, ଏହି ଅଂଚଳରେ ସ୍ଥାପିତ ବୃହତ ଶିଳ୍ପର ଲାଭାଂଶର ୫୦ ଶତକଡା ସ୍ଥାନୀୟ ଅଂଚଳର ବିକାଶ ପାଇଁ ଖର୍ଚ୍ଚ କରାଯିବା ଭଲି ସ୍ଥାନୀୟ ଅଂଚଳର ବିକାଶ ପାଇଁ ଏହି ପରିଷଦ ଗଠନର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା । ସାମ୍ବିଧାନିକ ସମାନତା ଅଧିକାର ଯୋଗାଇବା ପାଇଁ ଏବଂ ଆଂଚଲିକ ବୈଷମ୍ୟତା ବାଦର ମୂଳ ଉତ୍ପାଟନ କରିବା ପାଇଁ ଏକ ସ୍ୱୟଂଶାସିତ ଅଂଚଳ ପରିଷଦର ନିତାନ୍ତ ଆବଶ୍ୟକତା ଥିବା ଦୃଷ୍ଟିରୁ ଗଠନ ଦାବୀ ଏହି ସମ୍ମୀଳନୀର ମୂଳ ଲକ୍ଷ୍ୟ ବୋଲି ସ୍ୱାଗତ ସମ୍ବୋଧନରେ ଆବାହକ ଶ୍ରୀ ନାୟକ ଜଣାଇଥିଲେ । ନବରଙ୍ଗପୁର ଠାରେ ପ୍ରଥମ ସମ୍ମୀଳନୀ ଆରମ୍ଭ କରାଯାଇଥିବା ବେଳେ ଏହା ଦ୍ୱିତୀୟ ସମ୍ମୀଳନୀ ଏବଂ କ୍ରମାନ୍ୱୟରେ ସମଗ୍ର ଦଶଟି ଜିଲ୍ଲାରେ ଏଭଲି ସମ୍ମୀଳନୀ ମାନ କରାଯିବ ବୋଲି ଗ୍ରୀନ କଳାହାଣ୍ଡି ତରଫରୁ ସୂଚନା ଦିଆଯାଇଥିଲା । ଏହି ବୈଠକରେ ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ୱର୍ଗତ ସଦାଶିବ ତ୍ରୀପାଠୀଙ୍କ ଦାୟାଦ ମୁନା ତ୍ରୀପାଠୀ ନିଜ ୩ଲକ୍ଷ ୨୮ ହଜାର ୭୮୩ ଜଣ କୃଷି ଶ୍ରମିକ ଥିବା ନବରଙ୍ଗପୁର ଜିଲ୍ଲାରେ ଶତକଡା ୧୧ ଭାଗ ଅର୍ଥ ଖର୍ଚ୍ଚ କରାଯାଉଥିବା ବେଳେ ମାତ୍ର ୨ଲକ୍ଷ ୪୮ ହଜାର ୨୯୮ କୃଷି ଶ୍ରମିକ ଥିବା କଟକ ଜିଲ୍ଲାରେ ୩୨ ଶତକଡା ଅର୍ଥ ଉନ୍ନୟନ କାର୍ଯ୍ୟ ପାଇଁ ଖର୍ଚ୍ଚ କରାଯାଉଥିବା ପ୍ରକାଶ କରିଥିଲେ । ସେହିପରି ଚିର ଅବହେଲିତ ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ୧୦ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୮୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ କଟକ ଜିଲ୍ଲାରେ ୮୨ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୨୯ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଶତକଡା ୩୩ ଭାଗ ମହିଳା ଶିକ୍ଷିତ ଥିବା ବେଳେ କେନ୍ଦ୍ରାପଡା ଭଲି ଜିଲ୍ଲାରେ ଶତକଡା ୮୮ ଭାଗ ମହିଳା ଶିକ୍ଷିତ ଥିବା ଏବଂ କୋଲାବ, ମାଛକୁଣ୍ଡ, ଇନ୍ଦ୍ରାବତୀ ଭଲି ଜଳବିଦୁ୍ୟତ ଯୋଜନାରୁ ବଜେଟର ୫୦ ଭାଗ ଆୟ ହେଉଥିବା ବେଳେ ଏହି ଅଂଚଳ ଆଜି ମଧ୍ୟ ବିକାଶର ଦ୍ୱାର ଦେଶ ରେ ଅଟକି ରହିଯାଇଛି । ସେହିପରି ନବରଙ୍ଗପୁର ଭଲି ଜିଲ୍ଲାରେ ୪୬ ଲକ୍ଷ ୮୧ ହଜାର ହେକ୍ଟର ଜମିରେ ଚାଷ ହେଉଥିବା ବେଳେ ମାତ୍ର ୨ଲକ୍ଷ ୩୯ ହଜାର ହେକ୍ଟର ଜମିରେ ଜଳସେଚିତ ହେଉଥିବା ସହିତ ୪୩ ଲକ୍ଷ କ୍ୱିଂଟାଲ ଧାନ ଓ ୨୫ ଲକ୍ଷ କ୍ୱିଂଟାଲ ମକା ଉତ୍ପାଦନ କରାଯାଉଥିଲେହେଁ ଏହି ଜିଲ୍ଲାର ଚାଷୀଙ୍କୁ ଋଣ ଛାଡ କରାଯାଉନାହିଁ । ଏବଲି ବାବେ ରାଜ୍ୟ ସରକାର ଆମର କେବିକେ ଅଂଚଳର ଅବହେଲିତ ଜିଲ୍ଲା ଗୁଡିକୁ ଉଦେ୍ଦଶ୍ୟ ମୂଲକ ଭାବେ ଅବହେଲା କରିଆସୁଥିବା ବେଳେ ଏହିସବୁ ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ହିଁ ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିଲେ । ସେହିପରି କେବିକେ ଜିଲ୍ଲାର ଶିକ୍ଷିତ ବେକାରୀ ପାଇଁ ଚତୁର୍ଥ ଶ୍ରେଣୀ ର କର୍ମଚାରୀ ହେବା ପାଇଁ ମଧ୍ୟ ଯୋଗ୍ୟ ବ୍ୟକ୍ତି ନାହାନ୍ତି କି ବୋଲି ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଭାରତଭୂଷଣ ଠାକୁର ପ୍ରକାଶ କରିଥିଲେ । ଦୀର୍ଘ ୨୧ ବର୍ଷ ତଳେ ସମ୍ବିଧାନର ୩୭୧ ଧାରା ଅନୁସାରେ ସ୍ୱତନ୍ତ୍ର ବିକାଶ ପରିଷଦ ଦାବୀ ପ୍ରସଙ୍ଗ ଉଠିଥିବା ବେଳେ ବର୍ତମାନ ସରକାର ହି ଜୋନ ଓ ସି ଜୋନ ଭଲି ଦୁଇଟି ଜୋନ କଲାଭଲି ବ୍ୟବହାର କରୁଥିବା ଉଲ୍ଲେଖ କରିଥିଲେ । କେବିକେ ତଥା କନ୍ଧମାଳ ଭଲି ବଣପାହାଡ ଭରା ଅଂଚଳକି ହି ଅର୍ଥାତ ହିଲ ଜୋନ ଏବଂ ଉପକୂଳ ଅଂଚଳ କୁ ସି ଅର୍ଥାତ ସମୂଦ୍ର କୂଳିଆ ଜୋନ କରି ସେହି ଅନୁସାରେ ଶାସନ ଚଳାଇଆସୁଥିବା ପ୍ରକାଶ କରିଥିଲେ । ସରକାରଙ୍କ ଏଭଲି ପାତର ଅନ୍ତର ବ୍ୟବହାର ଯୋଗୁଁ ଆଜିମଧ୍ୟ ଆମେ ଗରିବ ନିଷ୍ଟେସିତ ହୋଇ ପଡିରହିଛୁ ଏବଂ ସେଥିପାଇଁ କେବିକେ-କନ୍ଧମାଳ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନର ନିତାନ୍ତ ଆବଶ୍ୟକତା ରହିଛି ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବରିଷ୍ଠ ନେତା ଭକ୍ତ ଦାସ ପ୍ରକାଶ କରିଛନ୍ତି । ଏହି ଆନେ୍ଦାଳନରେ ନବରଙ୍ଗପୁର ପୂର୍ବ ସାଂସଦ ପ୍ରଦୀପ ମାଝୀ, ଫୁଲବାଣୀ ପୂର୍ବ ସାଂସଦ ନକୂଳ ନାଏକ, ଫୂଲବାଣୀର ପୂର୍ବ ବିଧାୟକ ଜାକବ ପ୍ରଧାନ, ଖରିଆର ବିଧାୟକ ଅଧିରାଜ ପାଣୀଗ୍ରାହୀ ପ୍ରମୂଖ କେବିକେ-କନ୍ଧମାଳ ଅଂଚଳର ଦଶଟି ଜିଲ୍ଲାର ଅନେକ ନେତା, ବଦ୍ଧିଜୀବି ଯୋଗ ଦେଇ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ଆନେ୍ଦାଳନ କ୍ରମଶଃ ବ୍ଲକ ସ୍ତରରେ ବ୍ୟାପକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଗାମୀଦିନରେ ସମଗ୍ର ଜିଲ୍ଲାରେ ପଦଯାତା୍ର କରାଯାଇ ତୃଣମୂଳ ସ୍ତରର ଲୋକଙ୍କୁ ସାମିଲ କରାଯିବ ବୋଲି ଏହି ଆନେ୍ଦାଳନର ନେତୃତ୍ୱ ନେଉଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.