Home ଜିଲ୍ଲା ପରିକ୍ରମା ସାଳନ୍ଦୀ ନଦୀରେ ଭାସିିିିି ମହିଳା ମୃତ

ସାଳନ୍ଦୀ ନଦୀରେ ଭାସିିିିି ମହିଳା ମୃତ

5

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଧ୍ୟାହ୍ନରେ ସାଳନ୍ଦୀ ନଦୀକୁ ଗାଧୋଇବାକୁ ଯାଇ ବନ୍ତ ବ୍ଲକ ମହାନ୍ତିପଡା ଗ୍ରାମର ବାବାଜୀ ଚରଣ ସାହୁଙ୍କ ପତ୍ନୀ କୌଶଲ୍ୟା ସାହୁ(୬୫) ମୃତ୍ୟୁ ବରଣ କରିଛନ୍ତି । ସେ ଗାଧୋଇବାକୁ ଯାଇ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ନଦୀରେ ଭରା ପାଣି ଥିବାରୁ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଅନତି ଦୂରରେ ଏକ ବାଉଁସ ବୁଦା ମୂଳରୁ ତାଙ୍କୁ ଉଦ୍ଧାର କରାଯାଇ ଆଗରପଡା ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜଣେ ସ୍ନେହୀ ,ଧର୍ମପରାୟଣା ଓ ପରୋପକାରୀ ମହିଳା ଥିବା ବେଳେ ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି । ମହାନ୍ତିପଡା ସମିତିସଭ୍ୟ ନିର୍ମଳ ନାୟକ, ସୁଶାନ୍ତ ରଣା, ବିଜେପି ଶକ୍ତିକେନ୍ଦର ପ୍ରମୁଖ ଚିନ୍ତାମଣି ମହାରଣା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.