Home ଜିଲ୍ଲା ପରିକ୍ରମା ଧର୍ମ ପରାୟଣା ମହିଳାଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

ଧର୍ମ ପରାୟଣା ମହିଳାଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ

18

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ପୋଡ଼ାପାଟଣା ଗ୍ରାମର ଧର୍ମ ପରାୟଣ ମହିଳା ତଥା ଶିକ୍ଷକ ଅଶୋକ ଖିଲାରଙ୍କ ମାତା ୰ ଲକ୍ଷ୍ମୀ ଖିଲାରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ଏଥିରେ ବିଶିଷ୍ଟ ନାଟ୍ୟକାର ଡ଼.ସୁଧାଂଶୁ ଶେଖର ନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ, ହୃଷିକେଷ ପୃଷ୍ଟି, ରମାକାନ୍ତ ଜେନା, ନାରାୟଣ ଚନ୍ଦ୍ର ଲେଙ୍କା,ସମାଜସେବୀ ବସନ୍ତ କର,ପଦ୍ମନାଭ ଦାସ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସେକ ୟାକତ ଅଲ୍ଲୀ, ସମାଜସେବୀ ଗୋବିନ୍ଦ ଚନ୍ଦ୍ର ସାହୁ, ଉମାକାନ୍ତ ମହାପାତ୍ର, ବ୍ରହ୍ମାନନ୍ଦ ବାରିକ, ମନୋଜ ସାହୁ, ଯୁବ ନେତା ପ୍ରଣବ କିଶୋର ଲେଙ୍କା, ସୁବାଷ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଖିଲାରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ପୁତ୍ର ଅଶୋକ ଖିଲାରଙ୍କ ସମେତ ସୁରେଶ, ପ୍ରଶାନ୍ତ ଏବଂ ସମସ୍ତ ପରିବାର ବର୍ଗ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.