Home ଜିଲ୍ଲା ପରିକ୍ରମା ବନ୍ୟା ଛାଡିବା ପରେ ବୈତରଣୀକୁ ନଦୀବନ୍ଧ ଧସିବା ଘଟଣା, କ୍ଷେତ୍ରୀୟ ପରିଦର୍ଶନ କଲେ ଜଳସମ୍ପଦ ବିଭାଗ...

ବନ୍ୟା ଛାଡିବା ପରେ ବୈତରଣୀକୁ ନଦୀବନ୍ଧ ଧସିବା ଘଟଣା, କ୍ଷେତ୍ରୀୟ ପରିଦର୍ଶନ କଲେ ଜଳସମ୍ପଦ ବିଭାଗ ଅଧିକାରୀ

5

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ବନ୍ୟା ଛାଡିବା ପରେ ଆରଡି ନିକଟସ୍ଥ ଓଳଗ ଅମୃତମଣୀ ନିକଟରେ ୨ଶହ ଫୁଟର ସୁରକ୍ଷା ନଦୀବନ୍ଧ ସହ ଷାଠିବାଙ୍କୁଡା ନିକଟରେ ୫ଶହ ଫୁଟର ନଦୀବନ୍ଧ ଧସିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରବିବାର ଯାଜପୁର ଅଧିନ ଧାମନଗର ଜଳସମ୍ପଦ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିଥିଲେ। ବନ୍ଧର ସ୍ଥାୟୀ ମରାମତି ପାଇଁ ସ୍ଥାନୀୟ ନଦୀକୂଳିଆ ଲୋକ ଓ ଚାଷୀମାନେ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ୨୦୨୫/୨୬ରେ ପ୍ରାୟ ୫କୋଟି ଟଙ୍କାରେ ବୈତରଣୀ ନଦୀର ଦୋହରାପାଟଣା ଠାରୁ ଷାଠିବାଙ୍କୁଡା ଯାଏଁ ଦୀର୍ଘ ଦେଢ଼ କିମି ନଦୀବନ୍ଧର ସୁଦୃଢିକରଣ କରାଯାଇଥିଲେ ମଧ୍ୟ ତାହା ଅତି ନିମ୍ନମାନର ହୋଇଥିବା ବେଳେ ବନ୍ଧରେ କିଛି ନାଲି ମହରମ୍ ପକାଇ ଠିକାଦାର ଓ ତତ୍କାଳୀନ ବିଭାଗୀୟ ଅଧିକାରୀ ଟଙ୍କା ଚଳୁ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏପରିକି ବନ୍ୟା ସମୟରେ ଜଳସମ୍ପଦ ବିଭାଗର ଏସଡିଓ ଓ କନିଷ୍ଠଯନ୍ତ୍ରୀ କ୍ଷେତ୍ରୀୟ ପରିଦର୍ଶନ ନକରିବା ସହ ଭୁଲ ତଥ୍ୟ ସରକାରଙ୍କୁ ଦେଉଥିବାରୁ ଗତ ୨ମାସ ମଧ୍ୟରେ ବୈତରଣୀ ନଦୀରେ ଆସିଥିବା ୫ଥର ବନ୍ୟାରେ ଜାତୀୟ ରାଜପଥ ଧୋଇଯିବା ସହ ଏକ ଘାଇ ସୃଷ୍ଟି ହେବାରୁ ୪ଟି ପଂଚାୟତର ବ୍ୟାପକ କ୍ଷତି ଘଟାଇଥିଲା। ଏପରିକି ହଜାରହଜାର ଚାଷୀଙ୍କର କ୍ଷେତରୁ ସମ୍ପୁର୍ଣ୍ଣ ଭାବେ ଧୋଇନେଇଛି ବର୍ଷକର ଅମଳ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଯଦି ନଦୀବନ୍ଧର ସୃଦୁଢିକରଣ କରାନଯାଏ ତାହାଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନଦୀକୂଳିଆ ଲୋକଙ୍କ ସହ ଚାଷୀମାନେ କହିଛନ୍ତି। ଏପଟେ ଜଳସମ୍ପଦ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ ଧସିଥିବା ନଦୀବନ୍ଧର ସ୍ଥାୟୀ ମରାମତି ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ଖୁବଶିଘ୍ର କାମ ଆରମ୍ଭ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.