Home ଓଡ଼ିଶା ମୟୁରଝାଲିଆ ମଣ୍ଡିରେ ଧାନ କିଣାରେ ଚଂଚକତା ଅଭିଯୋଗ ଭୂମିହୀନଙ୍କ ମିଳୁଛି ଟୋକନ୍

ମୟୁରଝାଲିଆ ମଣ୍ଡିରେ ଧାନ କିଣାରେ ଚଂଚକତା ଅଭିଯୋଗ ଭୂମିହୀନଙ୍କ ମିଳୁଛି ଟୋକନ୍

95

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୩-ରାଜ୍ୟରେ ଧାନ କିଣା ବିକାକୁ ନେଇ ବିଧାନ ସଭାରେ ଝଡ ଉଠିଲା । ତେଣୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ଅବଧି ବଢେଇ ଦିଆଗଲା । କିନ୍ତୁ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ମୟୁରଝାଲିଆ ଧାନ ମଣ୍ଡିରେ ଧାନ କିଣା ବିକାରେ ଚଂଚକତାର ଅଭିଯୋଗ ହୋଇଥିବା ଜଣା ପଡିଛି । ନୟାଗଡ ଜିଲ୍ଲାପାଳଙ୍କ ନିକଟରେ ଏହିଭଳି ଅଭିଯୋଗ ଆଣିଛନ୍ତି ଗାଣ୍ଡୁ ରାଉତ, ବିଭୁ ପ୍ରଧାନ ଓ ଅନ୍ୟ ଚାଷୀମାନେ । ଅଭିଯୋଗ ଅନୁଯାୟୀ ମୟୁରଝାଲିଆ ଧାନ ମଣ୍ଡିରେ ଧାନ କିଣୁଛି ମୟୁରଝାଲିଆ ସେବା ସମବାୟ ସମିତି । ସମିତିର ସମ୍ପାଦକ ସର୍ବେଶ୍ୱର ଜେନା ଚଂଚକତା କରି ପାଂଚ ଏକର ଜମି ଥିବା ଚାଷୀ ମାନଙ୍କ ନାମରେ ୩ ଏକର ଟୋକନ ବ୍ୟବସ୍ଥା କରାଇ ଅନ୍ୟ ୨ ଏକର ବେପାରୀଙ୍କ ପ୍ରରଚୋନାରେ ଅନ୍ୟ ନାମରେ କରିଦେଉଛନ୍ତି । ତତ୍‌ସହିତ କିଛି ଭୁମିହୀନଙ୍କ ନାମରେ କିଛି ଟୋକନ ଆସୁଥିବା ଅଭିଯୋଗ ହେଉଛି ।

ଏଥିସହ ସର୍ବେଶ୍ୱର ଜେନା ମୟୁରଝାଲିଆ ସେବା ସମବାୟ ସମିତି ସହ ରଣପୁର ସେବା ସମବାୟ ସମିତି ଭଳି ୨ଟି ସେବା ସମବାୟ ସମିତି ଦାୟିତ୍ୱରେ ରହି ବହୁ ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କେ ସେବା ସମବାୟ ସମିତିର ସମ୍ପାଦକ ସର୍ବେଶ୍ୱର ଜେନାଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରିବାରେ କୁହନ୍ତି ଅଭିଯୋଗ ସମ୍ପୁର୍ଣ୍ଣ ଭିତ୍ତିହିନ୍ନ ଅଟେ । କିଛି ବ୍ୟକ୍ତି ଆମ ଉପରେ ଆକ୍ରୋଷ ରଖି ଏହିଭଳି ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କେ ସେବା ସମବାୟ ସମିତିର ନୟାଗଡ ଜିଲ୍ଲା ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ନିରଂଜନ ପ୍ରଧାନଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରିବାରେ କୁହନ୍ତି ଆମ୍ଭ ପାଖକୁ ଏହିଭଳି ଅଭିଯୋଗ ଆସିନାହିଁ ଅଭିଯୋଗ ଆସିଲେ ଆମ୍ଭେ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବୁ । ଇଟାମାଟି ସେବା ସମବାୟ ସମିିତିର ସମ୍ପାଦକ ଯେଉଁଭଳି ନିଲମ୍ବିତ ହେଲେ ସେହିଭଳି ପଦକ୍ଷେପ ନିଆଯିବ । ଧାନ କିଣା ବିକାରେ ଚାଲିଥିବା ଏହି ଚଂଚକରା ମୟୁରଝାଲିଆ ସେବା ସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.