Home ଜିଲ୍ଲା ପରିକ୍ରମା କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

138

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଜିଲାପାଳୟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲା କଂଗ୍ରେସ କମିଟିର ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବେଆଇନ୍ କୃଷବିଲ୍ ପାରିତ କରିଥିବାରୁ ପ୍ରତ୍ୟାହାର ଦାବୀ କରି ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା । କେନ୍ଦ୍ର ସରକାର ଶ୍ରମ ବିରୋଧୀ କାର୍ଯ୍ୟ ସହ ବିକଶିତ ରାଷ୍ଟ୍ରମାନଙ୍କୁ ଖୁସି କରିବା ପାଇଁ ଚାଷୀ ସ୍ୱାର୍ଥ ବିରୋଧୀ କୃଷି ବିଲ୍ ସଂସଦରେ ବିଲ୍ ପାରିତ କରିଛନ୍ତି । ଏହାକୁ ସମସ୍ତ କୃଷକ ସଂଗଠନ ଏହି ବିଲ୍‌କୁ ବିରୋଧ କରିଛି । ତେବେ ଏହି ବିଲ୍ ସଂପୂର୍ଣ୍ଣ ଅସାମ୍ବିଧାନିକ ହୋଇଥିବାରୁ ପ୍ରତ୍ୟାହାର ଦାବୀରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ଜିଲା କଂଗ୍ରେସ କମିଟିର ଜିଲା ସଭାପତି କହିଛନ୍ତି । ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ହାତରସରେ ରାହୁଲ ଗାନ୍ଧିଙ୍କୁ ପୁଲିସ୍ ଆକ୍ରମଣ କରିଥିବାରୁ ଏହାକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଯୋଗୀ ଆଦିତ୍ୟନାଥଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.