Home ଜିଲ୍ଲା ପରିକ୍ରମା କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ ଭଦ୍ରକ ସାଂସଦ

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ରଖିଲେ ଭଦ୍ରକ ସାଂସଦ

107

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ବନ୍ଦେ ଉତ୍କଳ ଜନନୀ’ ର ରଚୟିତା କାନ୍ତକବିଙ୍କ ନାମରେ ଡାକଟିକଟ ପ୍ରଚଳନ ଓ ଭଦ୍ରକ-ଭୁବନେଶ୍ୱର ଡିଏମ୍‌ୟୁ ଟ୍ରେନ୍‌କୁ ଆଖଣ୍ଡଳମଣି ପାସେଞ୍ଜର ନାମରେ ନାମିତ କରିବା ପାଇଁ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ପତ୍ର ଜରିଆରେ କେନ୍ଦ୍ର ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଓ ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାବ୍ୟତୀତ ମୟୂରଭଂଜ-ଶିମିଳିପାଳ ଏକ୍ସପ୍ରେସ୍ ନାମରେ ନାମକରଣ ଓ ସବିରା ଅଣ୍ଡରପାସ୍‌କୁ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିବା ସହ ଭଦ୍ରକ ଷ୍ଟେସନର ଉନ୍ନତି ପାଇଁ ମଧ୍ୟ ଦାବି କରିଛନ୍ତି । ସୂଚନାଯୋଗ୍ୟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କାଳଜୟୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଂଗୀତର ମାନ୍ୟତା ପାଇଥିବାରୁ ତାଙ୍କରି ନାମରେ ଡାକଟିକଟ ପ୍ରଚଳନ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୁରୁତ୍ୱ ଦେଇଥିବାର ଜଣାଯାଇଛି । ଏହାବ୍ୟତୀତ ଭଦ୍ରକ ରେଳଷ୍ଟେସନରେ ବିଭିନ୍ନ ଉନ୍ନତି ଓ ବାଲେଶ୍ୱର ଜିଲାର ସବିରାଠାରେ ୨୪ଟି ପଂଚାୟତର ଗମନାଗମନରେ ପ୍ରତିବନ୍ଧକ ସାଜିଥିବା ଅଣ୍ଡରପାସ୍ ପରିବର୍ତ୍ତେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ସହ ସାଂସଦ ଶ୍ରୀମତୀ ମଣ୍ଡଳ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଏ ସଂପର୍କରେ ଖଡଗପୁର ରେଳ ଡିଭିଜନରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଡିଏମ୍‌ୟୁ ଟ୍ରେନ୍‌କୁ ଆଖଣ୍ଡଳମଣି ପାସେଞ୍ଜର ଓ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ୍‌କୁ ମୟୂରଭଞ୍ଜ-ଶିମିଳିପାଳ ଏକ୍ସପ୍ରେସ୍ ନାମରେ ନାମିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା କଥା ସାଂସଦ ଶ୍ରୀମତୀ ମଣ୍ଡଳ ଏଠାରେ ସୂଚନା ଦେଇଛନ୍ତି । ଏହି ଆଲୋଚନା ଦାବି ପ୍ରଦାନ ସମୟରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.