Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ କର୍ମକର୍ତ୍ତା ନିର୍ବାଚନ : ପ୍ରଶାନ୍ତ ସଭାପତି ଏବଂ ଲକ୍ଷ୍ମୀଧର ସଂପାଦକ

କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ କର୍ମକର୍ତ୍ତା ନିର୍ବାଚନ : ପ୍ରଶାନ୍ତ ସଭାପତି ଏବଂ ଲକ୍ଷ୍ମୀଧର ସଂପାଦକ

85

ନୟାଗଡ଼, (ଓଡ଼ିଆ ପୁଅ/ଲକ୍ଷ୍ମୀଧର ସାହୁ) : କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ଼ ଅଭିଭାବକ ସଂଘର ଏକ ସାଧାରଣ ପରିଷଦ ସଭା ଏବଂ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଶିକ୍ଷକ ଭବନଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ନିତ୍ୟରଂଜନ ବରାଳଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ପ୍ରଶାନ୍ତ କୁମାର ଦାସ ସଭାପତି ଏବଂ ଲକ୍ଷ୍ମୀଧର ସାହୁ ସାଧାରଣ ସଂପାଦକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ପ୍ରଶାନ୍ତ କୁମାର ପଟ୍ଟନାୟକ, ସହ-ସଂପାଦକ ନିରଂଜନ ବିଶ୍ୱାଳ, କୋଷାଧ୍ୟକ୍ଷକ ତଥା ଜିଲ୍ଲା ସଂଯୋଜକ ଭାବେ ଗୌରୀଶଙ୍କର ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତବର୍ଷ ଠାରୁ ଏକାଦଶ ଶ୍ରେଣୀ ଖୋଲିଥିବାରୁ ବୈଠକରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଏ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଏବଂ ତକ୍ରାଳୀନ ଜିଲ୍ଲାପାଳଙ୍କ ନିକଟରେ ସଂଘ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଚାଲିଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପାଇଁ ଆବଶ୍ୟକ ଶ୍ରେଣୀଗୃହ ଅଭାବ ଯୋଗୁଁ ପ୍ରାକ୍ଟିକାଲ କ୍ଲାସ ହୋଇ ପାରୁନଥିବାରୁ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିବା ବେଳେ ତୁରନ୍ତ ନିର୍ମାଣ ସରିଥିବା ନୂତନ ଗୃହକୁ ବିଦ୍ୟାଳୟ ସ୍ଥାନାନ୍ତର ପାଇଁ ନୂତନ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ସଂଘ ପକ୍ଷରୁ ମତ ପ୍ରକାଶ ପାଇଥିଲା। ଶେଷରେ ବରିଷ୍ଠ ସଦସ୍ୟ ମାୟାଧର ସାହୁ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.