Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ଅଗଷ୍ଟ ୯ ଆନ୍ଦୋଳନକୁ ସିପିଆଇର ସମର୍ଥନ

କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ଅଗଷ୍ଟ ୯ ଆନ୍ଦୋଳନକୁ ସିପିଆଇର ସମର୍ଥନ

116

ଭୁବନେଶ୍ୱର, ୭/୮ (ଓଡ଼ିଆ ପୁଅ) ଦେଶରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେବଳ ଲକ୍‌ଡାଉନ ଓ ସଟ୍‌ଡାଉନ ଘୋଷଣା କରିଚାଲିଛନ୍ତି। ଏହାରି ସୁଯୋଗରେ କେନ୍ଦ୍ର ଓ ରାଜ୍ୟ ସରକାର ଦୈନନ୍ଦିନ ଦେଶରେ ବିଭିନ୍ନ ପ୍ରକାର ଶ୍ରମିକ ବିରୋଧୀ ଅଧ୍ୟାଦେଶ ଆଣି ଶ୍ରମିକ ଶ୍ରେଣୀ ଉପରେ ଆକ୍ରମଣ ଚଳାଇଛନ୍ତି। ସାଧାରଣ ଶ୍ରମିକ କାମଧନ୍ଦା ନ ପାଇ ଅନାହାରରେ ସଢ଼ୁଥିଲାବେଳେ କର୍ପୋରେଟ୍ ସ୍ୱାର୍ଥରେ ଶ୍ରମ ଆଇନକୁ ସଂଶୋଧନ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ କରିବା ସହିତ ଶାଗମାଛ ଦରରେ ବିକ୍ରି କରିବାରେ ଲାଗିଛନ୍ତି। ଏହି ସଂକଟ ସମୟରେ ୧୦କୋଟିରୁ ଊର୍ଦ୍ଧ୍ୱ ଶ୍ରମିକ ବେରୋଜଗାରୀ ହୋଇସାରିଲେଣି। ଉଭୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ସଂକୁଚିତ କରିବା ସହ ନୂଆ ପଦବୀ ସୃଷ୍ଟି କରୁ ନାହାନ୍ତି। ଖାଲିପଡ଼ିଥିବା ପଦବୀ ପୂରଣ ମଧ୍ୟ କରୁ ନାହାନ୍ତି। ଏହା ବିରୁଦ୍ଧରେ ଶ୍ରମିକ ସଙ୍ଗଠନମାନେ ଅଗଷ୍ଟ ୯ ଆନ୍ଦୋଳନକୁ ‘ଭାରତ ବଞ୍ଚାଓ’ ଦିବସ ଭାବେ ପାଳନ କରି ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି। କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କ ଅଗଷ୍ଟ ୯ ଆନ୍ଦୋଳନକୁ ଓଡ଼ିଶାରେ ସିପିଆଇ ସମର୍ଥନ ଜଣାଉଛି ବୋଲି ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.