Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ବିଧାୟକଙ୍କ ପୌରାଚଂଳ ପରିଦର୍ଶନ

କେନ୍ଦ୍ରାପଡା ବିଧାୟକଙ୍କ ପୌରାଚଂଳ ପରିଦର୍ଶନ

135

କେନ୍ଦ୍ରାପଡା ୨୭/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କରୋନା ଲକଡାଉନର ପ୍ରାୟ ଏକମାସ ପରେ ସୋମବାର ପୂର୍ବାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ସହରରେ ପହଁଚି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ କରୋନା ପ୍ରସ୍ତୁତି ଓ ସହରର ଦୋକାନୀମାନଙ୍କ ଟିକସ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ସହରର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ଲକଡାଉନ ପରିସ୍ଥିତିରେ ଲୋକମାନେ କେମିତି ଅଛନ୍ତି ଓ ସେମାନଙ୍କର କି କି ସମସ୍ୟା ରହିଛି ସେ ସମ୍ପର୍କରେ ଲୋକମାନଙ୍କୁ ପଚାରି ବୁଝିଥିଲେ। ବିଧାୟକ ଶ୍ରୀ ବେହେରା ପ୍ରଥମେ ସୁଇପର କଲୋନୀ ତା’ପରେ ୧୬ନମ୍ବର ୱାର୍ଡର ଫକିରାବାଦ ସଂଖ୍ୟାଲଘୁ ବସ୍ତିରେ ବୁଲି ଲୋକମାନଙ୍କୁ ମାସ୍କ ବାଂଟିଥିଲେ। ଏଥିସହିତ ତୁଳସୀ ମହିଳା ମହାବିଦ୍ୟାଳୟରେ ପୈାରସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କ୍ୱାରେଂଟାଇନ କେନ୍ଦ୍ରକୁ ବୁଲି ଦେଖିବା ପରେ କଜଳା ଅନୁସୂଚିତ ଜାତି ଓ କେଳା ବସ୍ତିକୁ ଯାଇ ସେମାନେ ରାସନ ସାମଗ୍ରୀ ପାଇଛନ୍ତି କି ନାହିଁ ସେ ସମ୍ପର୍କରେ ସେମାନଙ୍କୁ ପଚାରି ବିଝୁଥିଲେ। ପୈାରସଂସ୍ଥା ପକ୍ଷରୁ ଟ୍ରେଡ ଲାଇସେନ୍ସ ପ୍ରଦାନ କରାଯିବା, ହିତାଧିକାରୀମାନଙ୍କୁ ରାସନ ସାମଗ୍ରୀ, ଏକହଜାର ଟଙ୍କା, ଦୁଃସ୍ତ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ପ୍ରଭୃତି ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ପଚାରି ବୁଝିଥିଲେ। ବିଧାୟକ ଶ୍ରୀ ବେହେରାଙ୍କ ସହିତ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳ, ମହେନ୍ଦ୍ର କୁମାର ମିଶ୍ର, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ଶିବ ପ୍ରସାଦ ବଳ, ସେକ ଇନାୟତ ପ୍ରମୁଖ ପୈାରାଚଂଳର ବିଭିନ୍ନ ୱାର୍ଡକୁ ଗସ୍ତ ସମୟରେ ଉପସ୍ଥିତ ଥିଲେ। ଏହାପରେ ବିଧାୟକ ଶ୍ରୀ ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ କରୋନା ପ୍ରସ୍ତୁତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.