Home ଜିଲ୍ଲା ପରିକ୍ରମା କେନ୍ଦ୍ରମନ୍ତ୍ରୀଙ୍କ ସହ‘ଫିଉଚର ବାଲେଶ୍ୱର’ର କର୍ମକର୍ତ୍ତାଙ୍କ ଆଲୋଚନା

କେନ୍ଦ୍ରମନ୍ତ୍ରୀଙ୍କ ସହ‘ଫିଉଚର ବାଲେଶ୍ୱର’ର କର୍ମକର୍ତ୍ତାଙ୍କ ଆଲୋଚନା

23

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ସମାଜସେବାକୁ ଜିଲାସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ନବଗଠିତ ସ୍ୱେଚ୍ଛାସେବୀ ସଂଗଠନ ‘ଫିଉଚର ବାଲେଶ୍ୱର’ର ଏକ ପ୍ରତିନିଧି ଦଳ ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସାକ୍ଷାତ ସହ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ସଂଗଠନର କର୍ମକର୍ତ୍ତା ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ, ଶ୍ରମିକ ନେତା ଦୁକୁଲୁ ଚନ୍ଦ୍ର ଘଡ଼େଇ, ବିଜୟ କୁମାର ପ୍ରଧାନ ପ୍ରମୁଖ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀକୁ ସ୍ଥାନୀୟ ସର୍କିଟ ହାଉସରେ ଭେଟି ଶେରଗଡ଼ରୁ ଝରଣାଘାଟୀ ପର୍ଯ୍ୟନ୍ତ ୪ଟିକିଆ ରାସ୍ତା ନିର୍ମାଣ ଓ ଜାତୀୟ ରାଜପଥର ଗଉଡ଼ୁଣୀ ପୋଖରୀ ଛକରୁ ଶେରଗଡ଼ ମଧ୍ୟରେ ଅଣ୍ଡର ପାସ୍ ନିର୍ମାଣ ପ୍ରକଳ୍ପ ପାଇଁ୧୨୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମଞ୍ଜୁରକୁ ନେଇ ସଂଗଠନର କର୍ମକର୍ତ୍ତାମାନେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥି ସହିତ ଅମୃତ ଯୋଜନାରେ ସାମିଲ ହୋଇଥିବା ବାଲେଶ୍ୱର ସହରରେ ପବ୍ଲିକ ପାର୍କ ନିର୍ମାଣ ପାଇଁ ସ୍ଥାନ ଚୟନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ସହର ଉପକଣ୍ଠ ୧୬ ନଂ ଓ ୬୦ ନଂ ଜାତୀୟ ରାଜପଥର ସଂଯୋଗ ସ୍ଥଳ ନହରପାଟଣାଠାରେ ଥିବା ସରକାରୀ ଜାଗାରେ ପାର୍କ ନିର୍ମାଣ ପାଇଁ ଫିଉଚର ବାଲେଶ୍ୱରର କର୍ମକର୍ତ୍ତାମାନେ ପ୍ରସ୍ତାବ ଦେଇଥିଲେ। ଏହି ଜମି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ବେଳେ ଏନେଇ ଉଚିତ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଥିଲେ। ଏହି ଅବସରରେ ସେମାନେ ଏକ ସ୍ମାରକପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେବେ ଆଗାମୀ ଦିନରେ ଉଚିତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସଂଗଠନର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.