Home ଜିଲ୍ଲା ପରିକ୍ରମା ଏସୟୁସିଆଇ ସଦର ଶାଖା ପକ୍ଷରୁ ବନ୍ଦ

ଏସୟୁସିଆଇ ସଦର ଶାଖା ପକ୍ଷରୁ ବନ୍ଦ

18

ବାଲେଶ୍ୱର, ୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଚାଷୀ ସଂଗଠନଙ୍କ ଆହ୍ୱାନ କ୍ରମେ ବାଲେଶ୍ୱରରେ ପାଳିତ ଭାରତ ବନ୍ଦ ସମର୍ଥନରେ ଶ୍ରମିକ ସଂଗଠନ ‘ଏସୟୁସିଆଇ’ ବାଲେଶ୍ୱର ସଦର ଶାଖା ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା। ସଦର କମିଟିର ସମ୍ପାଦକ ଉମାକାନ୍ତ ଦାସଙ୍କ ନେତୃତ୍ୱରେ ବହୁ ସଦସ୍ୟ ବଜାରର ବିଭିନ୍ନ ସ୍ଥାନରେ ପିକେଟିଂ ସହ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ କରିଥିଲେ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ସ୍ଲୋଗାନ ସମ୍ବଳିତ ପ୍ଲା କାଡ଼ ପ୍ରଦର୍ଶନ କରିଥିଲେ। ବାଲେଶ୍ୱର ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପିକେଟିଂ ପରେ ପରେ ସେମାନେ ମୋତିଗଞ୍ଜ ବଜାରର ଦୋକାନଗୁଡ଼ିକୁ ବନ୍ଦ କରିଥିଲେ। ଏସୟୁସିଆଇ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଦସ୍ୟ ରବୀନ୍ଦ୍ର ବେହେରା, କେଶବ ନାୟକ, ରମେଶ ଜେନା, କୃଷ୍ଣ ପଟ୍ଟନାୟକ, ପ୍ରଶାନ୍ତ ଦାସ, ସୁଦର୍ଶନ ବାରିକ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.