Home Coronavirus Outbreak କେନ୍ଦୁଝର ଜିଲ୍ଲାରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ୧୯୧ ରେ ପହଞ୍ଚିଲା

କେନ୍ଦୁଝର ଜିଲ୍ଲାରୁ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ୧୯୧ ରେ ପହଞ୍ଚିଲା

91

କେନ୍ଦୁଝର, ୭ା୭ (ଓଡ଼ିଆ ପୁଅ/ପ୍ରଦୀପ ମହାନ୍ତି) : କେନ୍ଦୁଝର ଜିଲ୍ଲାରୁ ମଙ୍ଗଳବାର ଦିନ ଆଉ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ମଙ୍ଗଳବାର ଚିହ୍ନଟ ୭ଜଣ ବ୍ୟକ୍ତିଙ୍କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧ ରେ ପହଞ୍ଚିଛି। ତେବେ ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ କେଶ ସଂଖ୍ୟା ୮୪ ରହିଥିବାବେଳେ ୧୦୭ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଦିନ କରୋନା ଆକ୍ରାନ୍ତ ୭ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୫ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ଜଣେ କର୍ଣ୍ଣାଟକ ଫେରନ୍ତା ଏବଂ ଜଣେ ମହାରାଷ୍ଟ୍ର ଫେରନ୍ତା। କିଛିଦିନ ପୂର୍ବରୁ ସମସ୍ତଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ଆସିବା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଅପରପକ୍ଷରେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତାକୁ ପ୍ରଶାସନ ତରଫରୁ ବାଧ୍ୟତାମୂଳକ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.