Home କେନ୍ଦୁଝର ଆଇନ ସାକ୍ଷରତା କ୍ଲବରେ ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ

ଆଇନ ସାକ୍ଷରତା କ୍ଲବରେ ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ

91

କେନ୍ଦୁଝର, ୭ା୭ (ଓଡ଼ିଆ ପୁଅ/ପ୍ରଦୀପ ମହାନ୍ତି) : କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଓ କେନ୍ଦୁଝର ବନ ବିଭାଗ ସହଯୋଗରେ ସଦର ବ୍ଲକର ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟଠାରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ବେଣୁଧର ପାତ୍ର ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ବିଚାରପତି(ଭିଜିଲାନ୍ସ) ବିଶ୍ୱଜିତ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ୍ ଲୋକନାଥ ସାହୁ, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ବିଚାରପତି ରାମନାଥ ପଣ୍ଡା, ଦେୱାନୀ ବିଚାରପତି ସ୍ୱର୍ଣ୍ଣଲତା ନାୟକ, ରେଜିଷ୍ଟ୍ରାର ଡ଼ ମମତା ମହାନ୍ତି, ପ୍ରାଧିକରଣ ସଚିବ ସୌଦାମିନୀ ମହାନ୍ତି, ଉପଖଣ୍ଡୀୟ ବିଚାରପତି ପବିତ୍ରାନନ୍ଦ ପ୍ରଧାନ, ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ବିରଜା ପ୍ରସାଦ ପଣ୍ଡା, ସୁଶ୍ରୀ ଐଶର୍ଯ୍ୟା କର, ସୁଶ୍ରୀ ସିପ୍ରା ମହାନ୍ତି, ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ, ସହକାରୀ ବନ ସଂରକ୍ଷକ ଘନଶ୍ୟାମ ମହାନ୍ତ, ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଯୋଗଦେଇ ଚାରାରୋପଣ କରିଥିଲେ। ପ୍ରାଧିକରଣର ଦେବବ୍ରତ ବେହେରା, ଗୋପାଳକୃଷ୍ଣ ବାରିକ, ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ବେହେରା, ଶିକ୍ଷକ ବେଣୁଧର ମହାନ୍ତ, ଅହଲ୍ୟା ମହାନ୍ତ, ପୁରନ୍ଦର ମହାନ୍ତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୃକ୍ଷରୋପଣ ଓ ଯତ୍ନ ତଥା ପରିବେଶ ସୁରକ୍ଷା ଉପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.