Home କନ୍ଧମାଳ ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ

ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ

584

ବାଲିଗୁଡ଼ା, ୭/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୧ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଲିଗୁଡ଼ା ଉପଖଣ୍ଡକୁ ସବୁଜ ସୁନ୍ଦର କରିବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଜାରିରହିଛି। ୭୧ତମ ବନ ମହୋତ୍ସବ ଅବସରରେ ବନ ବିଭାଗ ପକ୍ଷରୁ ବାଲିଗୁଡ଼ା ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ୫୦୦ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ଏଥିରେ ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍, ଆଇଆଇସି ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ଡିଏଫ୍ଓ ବିଶ୍ୱନାଥ ନୀଳନବର, ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଯୋଗଦେଇ ଚାରାରୋପଣ କରିଥିଲେ। ବାଲିଗୁଡ଼ା ରେଞ୍ଜ ଫରେଷ୍ଟର ପ୍ରଭାତ କୁମାର ଦୋରା କାର୍ଯ୍ୟକ୍ରମର ଆୟୋଜନ କରିଥିବାବେଳେ ବିଭାଗୀୟ କର୍ମଚାରୀମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। “ଲୋକଟିଏ ଗଛଟିଏ “ଏହି ଉକ୍ତିକୁ ସମସ୍ତେ ପାଳନ କରିବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତି ଗଛକୁ ଭଲପାଇବା ଆବଶ୍ୟକ ଏବଂ ସମସ୍ତେ ଗଛ ଲଗାଇବା ସହ ଗଛର ଯତ୍ନନେବା ଆବଶ୍ୟକ। ପରିବେଶ ସବୁଜିମା ରହିଲେ ପ୍ରାଣୀ ଜଗତ ସୁସ୍ଥ ଓ ସୁରକ୍ଷିତ ରହିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.