Home ଜିଲ୍ଲା ପରିକ୍ରମା କେନାଲ ପାର୍ଶ୍ୱରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କେନାଲ ପାର୍ଶ୍ୱରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

67

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲଟୁଆ ଗ୍ରାମ ନିକଟରେ ଥିବା ଏକ କେନାଲ ପାଶ୍ୱର୍ରୁ ଆଜି ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରି କେହି ସେଠାରେ ପକାଇଦେଇଥିବାର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ୭୦ ବର୍ଷିୟା ଏହି ମୃତ ମହିଳାଙ୍କ ନାମ ହେଲା ଲକ୍ଷ୍ମୀ ଭୋର। ପ୍ରାପ୍ତ ଖବର ମୂଳେ ଲକ୍ଷ୍ମୀ ସବୁଦିନ ସକାଳେ ଗ୍ରାମର କିଛି ଲୋକଙ୍କ ଘରକୁ କାମ କରିବାକୁ ଯାଆନ୍ତି। ଗତକାଲି ସେ ଯାଇଥିଲେ। କିନ୍ତୁ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଆଜି ଘରଠାରୁ କିଛି ମିଟର ଦୂରରେ ଥିବା କେନାଲ ପାଶ୍ୱର୍ରୁ ତାଙ୍କ ମୃତଦେହ ପାଇଥିଲେ। ମୃତା ଲକ୍ଷ୍ମୀଙ୍କ ମୁହଁ ଓ ଆଖିରେ ଗଭୀର କ୍ଷତଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିବା ପରେ ସେଠାରେ ପକାଇ ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ôଚ ଏକ ଅପମୃତ୍ୟୁ ମାମଲା ମୂଳେ ମୃତଦେହକୁ ଜବତ କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ବିଭାଗୀୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.