Home Top News କୃଷି ଓଡ଼ିଶା – ୨୦୨୧ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

କୃଷି ଓଡ଼ିଶା – ୨୦୨୧ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

17

ଭୁବନେଶ୍ୱର ୧୫-୩ (ଓଡ଼ିଆ ପୁଅ) କୃଷି ଓଡ଼ିଶା -୨୦୨୧ ଅବସରରେ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। କୃଷି ଓଡିଶା ଆମର ସଫଳ ଚାଷୀ ମାନଙ୍କର ଏକ ସୁନ୍ଦର ସମାବେଶ। ଖୁସିର କଥା ପ୍ରତି ବର୍ଷ ଏଥିରେ ଅଧିକରୁ ଅଧିକ ଚାଷୀ ଭାଗ ନେଉଛନ୍ତି। ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସେମାନଙ୍କର ଦକ୍ଷତା ଓ ସଫଳତାକୁ Celebrate କରିବା ପାଇଁ କୃଷି ଓଡ଼ିଶା ସୁଯୋଗ ସୃଷ୍ଟି କରିଛି। ଚାଷୀ ଭାଇଙ୍କର Best Practice ବିଷୟରେ ଜଣାଇବାକୁ ଅନ୍ୟ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।

ଖୁସିର କଥା ଆମର ଚାଷୀଭାଇଙ୍କ ସଫଳ କାହାଣୀ ଆଜିକାଲି ଖବର କାଗଜ ଓ Media ରେ ବହୁତ ସୁନ୍ଦର ଭାବରେ ପ୍ରକାଶ ପାଉଛି। କେତେକ ସ୍ଥାନରେ ଲୋକମାନେ ଚାକିରି ଛାଡ଼ି ଚାଷକୁ ପସନ୍ଦ କରୁଥିବା ଖବର ମଧ୍ୟ ଆସୁଛି। ବିଶେଷ କରି ଉଦ୍ୟାନ କୃଷି ଫସଲ ଅଧିକ ଲାଭଜନକ ହୋଇ ପାରୁଛି।

Millet Mission ରେ ଆମ ରାଜ୍ୟ ସାରା ଦେଶର ଦୃଷ୍ଟି ଆକର୍ଷଣ କରିପାରିଛି। କଳାହାଣ୍ଡିର ଚାଷୀ ମାଛ ଚାଷରେ ସାରା ଦେଶରେ ପ୍ରଥମ ହୋଇଛି। ଆମର ଚାଷୀ ଭାଇ ଭଉଣୀଙ୍କର ସଫଳତା ପାଇଁ ମୁଁ ଗର୍ବିତ। ଓଡ଼ିଶାର ଚାଷୀ କାହାଠାରୁ କମ ନୁହେଁ।

ଆପଣ ଜାଣନ୍ତି କରୋନା ଦେଶର ଅର୍ଥନିତୀକୁ ବିଶେଷ ଭାବରେ ପ୍ରଭାବିତ କରିଛି କିନ୍ତୁ ଆମର କୃଷି କ୍ଷେତ୍ର ହିଁ ସଞ୍ଜିବନୀ ପରି ଆମ ଅର୍ଥନିତୀକୁ ଶକ୍ତି ଦେଇଛି। ଚାଷୀର ପରିଶ୍ରମ ଓ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି।

ବର୍ତ୍ତମାନ ରାଜ୍ୟରେ କରୋନା ପାଇଁ ଟିକାକରଣ ଚାଲୁ ରହିଛି। ମୋର ଅନୁରୋଧ ଆପଣ ମାନେ ପାଳି ଅନୁଯାୟୀ ଟୀକା ନିଶ୍ଚୟ ନିଅନ୍ତୁ।

ଚାଷୀ ଯେପରି ତାର ଉତ୍ପାଦିତ ଜିନିଷର ଉଚିତ ମୂଲ୍ୟ ପାଇବ, ଠିକ ସମୟରେ ସାର, ବିହନ, ଋଣ ସହାୟତା ପାଇବା ତା ଉପରେ ମୁଁ ସବୁବେଳେ Focus କରିଛି। ବାର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ଚାଷୀ ମାନଙ୍କୁ ୨୦ ହଜାର କୋଟି ରୁ ଅଧିକ ଟଙ୍କା ଋଣ ଆକାରରେ ଯୋଗାଇ ଦିଆଯାଇଛି। କାଳିଆ ଯୋଜନାରେ ଚାଷୀମାନଙ୍କୁ ନିକଟରେ ୧୨୭୨ କୋଟି ଟଙ୍କା ସହାୟତା ଦିଆ ଯାଇଛି। MSP ବୃଦ୍ଧି ପାଇଁ ଆମ ଲଢେଇ ଜାରି ରହିଛି ଓ ରହିବ।

ମୋର ଅନୁରୋଧ ଆପଣମାନେ ସରକାରଙ୍କର ବିଭିନ୍ନ ଯୋଜନାର ସୁଯୋଗ ନିଅନ୍ତୁ। ନୂଆ ନୂଆ ବୈଷୟିକ କୌଶଳର ପ୍ରୟୋଗ କରନ୍ତୁ। Crop Diversification ଉପରେ ଗୁରୁତ୍ୱ ଦିଅନ୍ତୁ ଓ ନିଜ ରୋଜଗାର ବଢାନ୍ତୁ। ମୁଁ ସବୁବେଳେ ଚାଷୀ ଭାଇ ଭଉଣୀ ମାନଙ୍କ ସହିତ ରହିଛି ଓ ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.