Home ଜିଲ୍ଲା ପରିକ୍ରମା ଶରଧା ବାଲି ସମ୍ମାନରେ ତୁଳସୀ ମଞ୍ଜରୀ ନାୟକ

ଶରଧା ବାଲି ସମ୍ମାନରେ ତୁଳସୀ ମଞ୍ଜରୀ ନାୟକ

3

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶରଧାବାଲି ପୁରୀ ଠାରେ ମହାପ୍ରଭୁଙ୍କ ସୁନାବେଶ ଅବସରରେ ଆମ ପରିବାର ଓ ରାଜଧାନୀ ସଂଗ୍ରାମୀ ସେବା ସଂଘର ମିଳିତ ଆୟୋଜନରେ ସେବା କାର୍ଯ୍ୟ, ବିଶ୍ୱର କଲ୍ୟାଣ ପାଇଁ ଦିବ୍ୟଦୀପ ପ୍ରଜ୍ଜ୍ୱଳନ ଏବଂ ଉତ୍କଷ୍ଠ ସେବା ସମ୍ମାନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଆମ ପରିବାରର ମୁଖ୍ୟ ଉପଦେଷ୍ଟା ସାମ୍ବାଦିକ ହେମନ୍ତ ସିଂହଙ୍କ ମଂଚ ସଂଯୋଜନାରେ ରାଜଧାନୀ ସଂଗ୍ରାମୀ ସେବା ସଂଘର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝା, ସମାଜସେବିକା ରୁଦ୍ରାଣୀ ନନ୍ଦ, ସମାଜସେବୀ ରୋହିତ କୁମାର ନାୟକ, ଆମ ପରିବାର ସମ୍ପାଦକ ସତ୍ୟବ୍ରତ ଜେନା ପ୍ରମୁଖ ଉପସ୍ଥିତ ରହି ବାହୁଡା ଓ ସୁନାବେଶରେ ସେବାକାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଶିକ୍ଷୟିତ୍ରୀ ତଥା ସମାଜସେବିକା ତୁଳସୀ ମଞ୍ଜରୀ ନାୟକଙ୍କୁ ଆଦର୍ଶ ଶିକ୍ଷୟିତ୍ରୀ ଓ ସାମାଜିକ ପ୍ରତିବଦ୍ଧତା ପାଇଁ ମାନପତ୍ର,ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରକାଶଥାଉକି ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀମତି ନାୟକ ଏବେ ନୃସିଂହ ନାରାୟଣ ସରକାରୀ ଉ.ପ୍ରା ବିଦ୍ୟାଳୟ ଫତେପୁର, ଭଦ୍ରକରେ ଶିକ୍ଷାଦାନ କରୁଥିୁବା ବେଳେ ସମୟାନୁବର୍ତିତା, ଛାତ୍ରବତ୍ସଳତା ଏବଂ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ଖ୍ୟାତିଲାଭ କରିଥିବା ବେଳେ ଏହି ସମ୍ବର୍ଦ୍ଧନା ତାଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ଶତାଧିକ ସାଧୁ, ସନ୍ଥ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଖଣ୍ଡଗିରି ପାଦଦେଶରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂଗଠନ ଆମ ପରିବାର ଏବଂ ଭୁବନେଶ୍ୱରରେ ପ୍ରତିଷ୍ଠିତ ଅଗ୍ରଣୀ ସାମାଜକ ସଂଗଠନ ରାଜଧାନୀ ସଂଗ୍ରାମୀ ସେବା ସଂଘ ନିୟମିତ ଭାବେ ଧାର୍ମିକ ସଭା ଓ ସେବା କାର୍ଯ୍ୟ କରି ଆସୁଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରି ଆସୁଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.