Home କେନ୍ଦୁଝର କିଡିନ ରୋଗୀଙ୍କୁ ଡାକ୍ତରଖାନା ନେଲା ମା ତାରିଣୀ ସେବା ସଂସ୍ଥା

କିଡିନ ରୋଗୀଙ୍କୁ ଡାକ୍ତରଖାନା ନେଲା ମା ତାରିଣୀ ସେବା ସଂସ୍ଥା

62

ହାଟଡ଼ିହି, ୨୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଅସିଆ ଗ୍ରାମରେ ଜଣେ ଗରିବ ଅସହାୟ ଲୋକ ଦୀର୍ଘର୍ଦିନ ହେଲା ଅସୁସ୍ଥ ହୋଇ ପଡିଥିବା କଥା ଶୁଣି ମା ତାରିଣୀ ସେବା ସଂସ୍ଥାର ସଦସ୍ୟମାନେ ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ସେଠାରୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଛନ୍ତି । ଖବରରୁ ଜଣାଯାଇଛି ଯେ ଅସିଆ ଗ୍ରାମର ପଦ୍ମନାଭ ଅମାନ୍ତ ଗତ କିଛିଦିନ ହେଲା ଘରେ ଅସୁସ୍ଥ ହୋଇ ପଡିରହିଥିଲେ । ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଡାକ୍ତରଖାନା ଯାଉ ନଥିଲେ । ଏ ଖବର ପାଇବାପରେ ମା ତାରିଣୀ ସେବାସଂସ୍ଥାର ସଦସ୍ୟମାନେ ତାଙ୍କ ଘରେ ପହଞ୍ଚି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ତାଙ୍କର କିଡିନ ଖରାପ ଥିବା ଜାଣିବାକୁ ପାଇବାପରେ ଡାକ୍ତର ତୁରନ୍ତ କଟକ ରେଫର କରିଦେଇଥିଲେ । ମା ତାରିଣୀ ସେବାସଂସ୍ଥାର ସଦସ୍ୟମାନେ ତାଙ୍କୁ କଟକ ନେଇ ଚିକିତ୍ସାର ବ୍ୟବସ୍ଥା କରାଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.