Home ଓଡ଼ିଶା କାର ଧକ୍କାରେ ଯୁବଚାଷୀଙ୍କର ମୃତ୍ୟୁ,କାର ଚାଳଆଉ ଥିବା ଡାକ୍ତର ଗିରଫ

କାର ଧକ୍କାରେ ଯୁବଚାଷୀଙ୍କର ମୃତ୍ୟୁ,କାର ଚାଳଆଉ ଥିବା ଡାକ୍ତର ଗିରଫ

167

ମାଲକାନଗିରି,୨୨ା୭(ଓଡିଆ ପୁଅ) ଜୟପୁର ମାଲକାନଗିରି ଜାତୀୟ ରାଜପଥ ପାଣ୍ଡ୍ରୀପାଣି ଗ୍ରାମନିକଟ ରାସ୍ତା ରେ ଜଣେ ଚାଷୀକୁ କାର ଧକ୍କାଦେବା ଫଳରେ ଘଟଣାସ୍ଥଳରେ ଚାଷୀର ମୃତ୍ୟୁ ଘଟିଥିବା ବେଳେ କାର ଚଳାଉଥିବା ଡାକ୍ତରଙ୍କୁ ପିଲସ ଗିରଫ କରିଛି । ପୁଲିସ ସୁଚନା ଅନୁଯାଇ ଗତ କାଲି ସନ୍ଧ୍ୟାରେ ମାଲକାନଗିରି ହସପିଟାଲର ୪ଜଣ ଡାକ୍ତର ଜୟପୁର ଠାରୁ ମାଲକାନଗିରି ଅଭିମୁଖେ ଆସୁଥିଲେ । ମାଲକାନଗିରି ଥାନାସ୍ଥ ପାଣ୍ଡ୍ରିପାଣି ଗ୍ରାମର ଲୋକନାଥ ଖରା ନାମକ ଜଣେଯୁବ ଚାଷୀ ନିଜ ଜମିରୁ କାମ ସାରି ସାଇକେଲ ରେ ଘରକୁ ଫେରୁଥିବା ବେଳେ ଜୟପୁର ଆଡୁ ଆସୁଥିବା କାରଟି ତାଙ୍କୁ ପଛପଟରୁ ଧକ୍କାଦେଇଥିଲା । ଘଟଣାସ୍ଥଳରେ ହିଁ ଲୋକନାଥ ଙ୍କର ମୃତ୍ୟୁଘଟିଥିଲା । ଏହି ଦୃଶ୍ୟ ନିକଟରେ ଥିବା ବ୍ୟକ୍ତି ମାନେ ଦେଖି କାରଟିକୁ ଅଟକାଇଥିଲେ । ପାଣ୍ଡ୍ରିପାଣି ଗ୍ରାମର ଯୁବକ ଲୋକନାଥ କାରଧକ୍କାରେ ମୃତ୍ୟୁ ହେବା ଖବର ଶୁଣି ଗ୍ରାମରୁ ଶହଶହ ସଂଖ୍ୟାରେ ଲୋକମାନେ ରାଜରାସ୍ତା ରେ ଶବରଖି ୩୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରି ମାନଙ୍କୁ ବୁଝାଇ ପରିସ୍ଥିତି ଶାନ୍ତକରିଥିଲେ । ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରି କାର ଚଳାଉଥିବା ଡାକ୍ତର ଙ୍କୁ ଗିରଫ କରିବାସହ ଲୋକନାଥଙ୍କ ମୃତଶୀରକୁ ଜବତ କରି ଶବବ୍ୟବଛେଦ ପାଇଁ ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ମାଲକାନଗିରି ଥାନା କେସ ନମ୍ବର ୨୪୯/ ୨୦ ରେ ଏକ ଦୁର୍ଘଟଣା ମାମଲା ରୁଜୁକରି ଗାଡିଚାଳକ ଡାକ୍ତର ଟି.ଆର.ପଣ୍ଡା ଙ୍କୁ ପୁଲିସ ଗିରଫ କରିଛନ୍ତି । ଆଜି ଲୋକନାଥ ଙ୍କ ଶବବ୍ୟବଛେଦ ପରେ ତାଙ୍କପରିବାରଙ୍କୁ ପୁଲିସ ହସ୍ତାନ୍ତର କରିଛନ୍ତି ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.