Home ଓଡ଼ିଶା ଓଡିଶା ସାହିତ୍ୟ ଏକାଡେମୀର ନୂତନ ସଭ୍ୟ ଭାବେ କିଶୋର ପ୍ରଧାନ ମନୋନୀତ

ଓଡିଶା ସାହିତ୍ୟ ଏକାଡେମୀର ନୂତନ ସଭ୍ୟ ଭାବେ କିଶୋର ପ୍ରଧାନ ମନୋନୀତ

97

ମାଲକାନଗିରି,୨୨ା୭ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସାହ୍ୟିତିକ,ଲେଖକ,କବି କିଶୋର ଚନ୍ଦ୍ର ପ୍ରଧାନ ପ୍ରଥମଥର କରି ଓଡିଶା ସାହିତ୍ୟ ଏକାଡେମୀ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଓଡିଆ ଭାଷାସଂସ୍କୃତି ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀପ୍ରଧାନ ଙ୍କ ଅବଦାନ ପାଇଁ ଓଡିଶା ସରକାର ଙ୍କ ସଂସ୍କୃତି ବିଭାଗ ସାହିତ୍ୟ ଏକାଡେମୀର ସଭ୍ୟ ଭାବେ ମନୋନୀତ କରିଛନ୍ତି । ମାଲକାନଗିରି ଜିଲ୍ଲାର ବିଶିଷ୍ଟ ସାହ୍ୟିତିକ,ଗବେଷକ, ଲେଖକ ଓ କବି ରତ୍ନାକରଦାଶ ଓଡିଶା ସାହିତ୍ୟ ଏକାଡେମୀରେ ଦୁଇଦୁଇ ଥର ସଭ୍ୟ ଭାବେ ମୋନନିତ ହୋଇ ଦୀର୍ଘ୬ବର୍ଷ ଧରି ସାହିତ୍ୟ ଏକାଡାମୀର ସଦସ୍ୟ ଭାବେ ରହି ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅପହଁଚ ଇଲାକା ସୀମାନ୍ତ ବର୍ତିଅଚଂଳ ଗୁଡିକରେ ଓଡିଆଭାଷା ସଂସ୍କୃତି ଓ ସାହିତ୍ୟ ସେବା,ଐତିହ୍ୟ ଓ ପରମ୍ପରା ସୃଜନ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲେଖ୍ୟନିୟ ସଫଳତା ହାସଲକରିଥିଲେ । ଚଳିତ ବର୍ଷ ଶ୍ରୀ ଦାଶ ଙ୍କର କାର୍ଯ୍ୟକାଳ ପୁରିଯାଇଥିବାରୁ ଜିଲ୍ଲାର ନୂତନ ସଭ୍ୟ ଭାବେ ଶ୍ରୀ ପ୍ରଧାନଙ୍କୁ ମନୋନିତ କରାଯାଇଛି । ଆଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଭଳି ଏକ ପଛୁଆ ଅଚଂଳରେ ଓଡିଆ ଭାଷା ସଂସ୍କୃତି,ସାହିତ୍ୟ ସେବାପ୍ରତି ଗୁରୁତ୍ୱଦେବେ ବୋଲି ନୂତନ ସଭ୍ୟ ଶ୍ରୀ ପ୍ରଧାନ କହିଛନ୍ତି । ଏହିଖବର ମିଳିବାପରେ ବିଭିନ୍ନ ସାହିତ୍ୟ ଅନୁଷ୍ଟାନ ପକ୍ଷରୁ ନୂତନ ସଭ୍ୟ ଶ୍ରୀ ପ୍ରଧାନଙ୍କୁ ସୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.