Home ଓଡ଼ିଶା କଳାହାଣ୍ଡି – ପୋଲିସ ପଂଝାରେ ପୋଲିସ, ବିବାହ ପ୍ରତାରଣା ଅଭିଯୋଗରେ ଡିଏସପି ଅଟକ

କଳାହାଣ୍ଡି – ପୋଲିସ ପଂଝାରେ ପୋଲିସ, ବିବାହ ପ୍ରତାରଣା ଅଭିଯୋଗରେ ଡିଏସପି ଅଟକ

210

କଳାହାଣ୍ଡି- ୨୦.୧୨ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ପଂଝାରେ ମାଲକାନଗିରି ଡିଏସପି ଗିରଫ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଘଟଣାରୁ ପ୍ରକାଶ ଯେ, ଜନୈକା ମହିଳା କନେଷ୍ଟବଳଙ୍କ ଦ୍ୱାରା କଳାହାଣ୍ଡି ଏସପିଙ୍କ ପାଖରେ ଅଭିଯୋଗ କ୍ରମେ କେସିଙ୍ଗା ଥାନାରେ କେଶ ନଂ.୧୮୮ ତା.୨୧.୦୮.୨୦୨୦  ରେ ଏକ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତ ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକଙ୍କୁ କେସିଙ୍ଗା ପୋଲିସ ଅଟକ ରଖି ପଚରା ଉଚୁରା କରି ମାନ୍ୟବର ହାଇକୋର୍ଟଙ୍କ ଆଗୁଆ ଜାମିନରେ ଛାଡି ଦେଇଥିବା ଜଣାପଡିଛି ।
ଗତ ପାଂଚ ବର୍ଷ ତଳେ ବିବାହ କରି ପରବର୍ତି ସମୟରେ ନିର୍ଯ୍ୟାତନା ଦେବା ସହିତ ଫେସବୁକ ରେ ନାନାପ୍ରକାର ମେସଜ ପୋଷ୍ଟ କରି ମାନସିକ ସ୍ତରରେ ଆଘାତ ଦେଉଥିବା ଏବଂ ପ୍ରତିବାଦ କଲେ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିବା ପ୍ରକାଶ। ଅଭିଯୁକ୍ତ ଅକ୍ଷୟ ନାୟକ ପୂର୍ବରୁ କଳାହାଣ୍ଡିରେ ପୋଲିସ ଇନିସ୍ପେକ୍ଟର ତଥା କେସିଙ୍ଗାରେ ଏସଡିପିଓ ଭାବେ ମଧ୍ୟ କାର୍ଯ୍ୟକରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.