Home ଜିଲ୍ଲା ପରିକ୍ରମା ଜିଏନଏମ କର୍ମୀଙ୍କ ଗଣଧାରଣା ଦ୍ୱିତୀୟ ଦିନରେ

ଜିଏନଏମ କର୍ମୀଙ୍କ ଗଣଧାରଣା ଦ୍ୱିତୀୟ ଦିନରେ

37

ବାଲେଶ୍ୱର, ୧୯ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ସ୍ଥାୟୀ ନିଯୁକ୍ତି ଦାବିରେ ଛଟେଇ ଜିଏନଏମ କର୍ମୀଙ୍କ ମୁଖ୍ୟ ଚିିକିତ୍ସାଳୟରେ ଗଣଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଜୀବନକୁ ବାଜି ଲଗାଇ କୋଭିଡ୍ ହସପିଟାଲରେ ଦୀର୍ଘ ୯ ମାସ କାର୍ଯ୍ୟ କରିବା ପରେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରି ଦିଆଯାଇଥିବା ଧାରଣାରତ କର୍ମୀମାନେ କହିଛନ୍ତି। କରୋନା କାଳରେ ଲୋକଙ୍କ ସ୍ୱାବ ସଂଗ୍ରହଠାରୁ ପରୀକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ଶେଷ୍ଠ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇ ଆସିଥିଲେ। ସ୍ଥାୟୀ ନିଯୁକ୍ତି ଦାବିରେ ଦୁଇଦିନ ଧରି ଧାରଣାରେ ବସି ରହିଥିଲେ ବି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଥରେ ହେଲେ ଦେଖିବାକୁ ନ ଆସିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଅସ୍ଥାୟୀ ଜିଏନଏମ କର୍ମୀମାନେ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିବା ବେଳେ ସେଇ ପୋଷ୍ଟରେ ସେମାନଙ୍କ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ନିମନ୍ତେ ସେମାନେ ଦାବି କରୁଥିଲେ। ନତୁବା ଆଗାମୀ ଦିନରେ ଏହି ଧାରଣା ଆହୁରି ତୀବ୍ର ହେବ ବୋଲି ଧାରଣାରତ ସ୍ୱାସ୍ଥ୍ୟକର୍ମୀମାନେ ଚେତାବନୀ ଦେଇଥିଲେ। ବାଲେଶ୍ୱର ସରକାରୀ ମେଡିକାଲ କଲେଜରେ ୫୩ ଜଣ ଓ ସିଡିଏମଓଙ୍କ କାର୍ଯ୍ୟାଳୟରେ ୧୮ ଜଣଙ୍କୁ ମିଶାଇ ମୋଟ ୭୧ ଜଣ ଜିଏନଏମ କର୍ମୀ କାର୍ଯ୍ୟ କରିଥିଲେ। ଏବେ ସେହିଦୁଇ ସ୍ଥାନରେ ୩୬୮ ଗୋଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଭଳି ସ୍ଥିତିରେ ପୂର୍ବରୁ କୋଭିଡ୍ କାଳରେ କାର୍ଯ୍ୟ କରିଥିବା ଅଭିଜ୍ଞତା ସମ୍ପନ ଜିଏନଏମ କର୍ମୀଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ସେମାନେ ଦାବି କରିଛନ୍ତି। ପ୍ରଶାସନ କିମ୍ବା ସରକାର ସେମାନଙ୍କ ଦାବି ନଶୁଣିବା ପର୍ଯ୍ୟନ୍ତ ଆନ୍ଦୋଳନ ଏହିଭଳି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.