Home କଳାହାଣ୍ଡି କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ, ଗଣମାଧ୍ୟମକୁ ଉପେକ୍ଷା

କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ, ଗଣମାଧ୍ୟମକୁ ଉପେକ୍ଷା

87

କଳାହାଣ୍ଡି – ତା.୦୩.୧୧.୨୦୧୯ (ଓଡିଆପୁଅ) ଜୁନାଗଡସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ତିନିଦିନ ବ୍ୟାପି କଳାହାଣ୍ଡି ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ଅବସରରେ ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ୱ, ବିପର୍ଯ୍ୟୟ ପରିଚାଲନା, ବ୍ୟକ୍ତିତ୍ୱର ବିକାଶ ଓ ନେତୃତ୍ୱ ନେବାର ଦକ୍ଷତା, ସଡକ ସୁରକ୍ଷା ଓ ଯୋଗ ଆଦି ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିବା ସହିତ ରେଡକ୍ରସ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ, ତର୍କ, ସାଧାରଣ ଜ୍ଞାନ, ବକ୍ତୃତା,ନୃତ୍ୟ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିବା ପ୍ରକାଶ । ନଭେମ୍ବର ୧ ତାରଖ ଦିନ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ସମଗ୍ର କଳାହାଣ୍ଡି ଜିଲ୍ଲାର ଜୁନିଅର କଲେଜ ମାନଙ୍କ ମଧ୍ୟରୁ ୨୩୭ଜଣ ଛାତ୍ରଚାତ୍ରୀ ଅଂଶ ଗ୍ରଷଣ କରିଥିବା ବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ପିଆଇ କଲେଜ ଅଧ୍ୟକ୍ଷ ବିଭୂତି ଭୂଷଣ ମେହେର ଅଧ୍ୟକ୍ଷତା କରିଥିଲେ । ଧର୍ମଗଡ ବିଧାୟକ ମୌଷଧି ବାଗ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଧର୍ମଗଡ କଲେଜ ରେଡକ୍ରସ ଅଧିକାରୀ ଅଧ୍ୟାପକ ସରୋଜ କୁମାର ପଣ୍ଡା ରେଡକ୍ରସର ଏ÷÷ତିହାସିକ ତଥ୍ୟ ଏବଂ ଉନ୍ନତି ସଂପର୍କରେ ଆଲୋକପାତ କରିଥିଲେ । ଲଡୁଗାଁ ଜୁନିଅର କଲେଜର ରେଡକ୍ରସ ଅଧିକାରୀ ଅଧ୍ୟାପକ ସଂଜୟ ପୁରୋହିତ ରକ୍ତଦାନ ଉପରେ ଆଲୋଚନା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କରଚଲା କଲେଜର ଅଧ୍ୟାପକ ଭବାନୀଶଙ୍କର ପଣ୍ଡା ଏଚଆଇଭି ଏଡ୍ସ ଉପରେ ଆଲୋଚନା ଏବଂ ସେଥିରୁ କିପରି ଛାତ୍ରଛାତ୍ରୀମାନେ ସୁରକ୍ଷିତ ରହିପାରିବେ ସେସବୁ ସଂପର୍କରେ ଶିକ୍ଷାଦାନ କରିଥିଲେ । ଦ୍ୱିତୀୟ ଦିବସରେ ବିଶିଷ୍ଟ ଯୋଗ ପ୍ରଶିକ୍ଷକ କୃଷ୍ନ ଚନ୍ଦ୍ର ଦାସ ଯୋଗ ଶିକ୍ଷାଦାନ ରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଶିଶୁ ଯତ୍ନ, ପ୍ରାଥମିକ ଚିକିତ୍ସା, ସଂପର୍କରେ ଆଲୋଚନା କରାଯାଇଥିଲା । କଳାହାଣ୍ଡି ଆରଟିଓ ଦୀନବନ୍ଧୁ ଶୁଣ୍ଢି ଏବଂ ଏମଭିଆଇ ସଂବିତ କୁମାର ସଡକ ସୁରକ୍ଷା ଏବଂ ନୂତନ ମଟର ଯାନ ଆଇନ ତଥା ଲାଇସେନ୍ସ ସଂପର୍କରେ ବିଷଦ ଆଲୋଚନା କରିଥିଲେ । ଡଃ ପଲ୍ଲିଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ ଓ ନେତୃତ୍ୱ ନେବାର ଦକ୍ଷତା ସଂପର୍କରେ ଶିକ୍ଷାଦାନ କରିଥିଲେ । ସେହିପରି ଅଧ୍ୟାପକ ସଂଜୟ ପୁରୋହିତଙ୍କ ସଂଯୋଜନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଧ୍ୟାପକ ପୁରୋହିତଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଏବଂ ସଂଜିବ କୁମାର ଦାଶ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ମାନପତ୍ର ପ୍ରଦାନ କରିଥିଲେ । ସଂଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏବଂ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ ଦିବସରେ ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତଥା ରାଜ୍ୟ ରେଡକ୍ରସ ଅଧିକାରୀ ଡଃ ଅଜୟ ତ୍ରପାଠୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ବିଜୟୀ ମାନଙ୍କୁ ପୁରସ୍କୃତ କରିଥିଲେ । କଳାହାଣ୍ଡି ଜିଲ୍ଲାସ୍ତରୀୟ ଏହି କାର୍ଯୟକ୍ରମରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ସୂଚନା ଦିଆଯାନଥିଲା । ଗଣମାଧ୍ୟମରୁ ଦୂରେଇ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଶେଷ ପର୍ଯ୍ୟାୟରେ ଅନ୍ୟ କଲେଜରୁ ଆସିଥିବା ରେଡକ୍ରସ ପଦାଧିକାରୀଙ୍କ ଠାରୁ ଗଣମାଧ୍ୟମ ପ୍ରତିନିଧିମାନେ ସୂଚନା ପାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.