Home କଳାହାଣ୍ଡି କଳାହାଣ୍ଡିରେ ମୂଖ୍ୟମନ୍ତୀ ବାଂଟିଲେ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ମନ୍ତ୍ରୀ ବଖାଣିଲେ ବିକାଶର ଗାଥା

କଳାହାଣ୍ଡିରେ ମୂଖ୍ୟମନ୍ତୀ ବାଂଟିଲେ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ମନ୍ତ୍ରୀ ବଖାଣିଲେ ବିକାଶର ଗାଥା

19

କଳାହାଣ୍ଡି, ତା.୦୮.୧୧.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ଓୟୁଏଟି ପଡିଆଠାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ ବଂଟନ କରିଛନ୍ତି । ଏନେଇ ଆୟୋଜିତ ଏକ ସାଧାରଣ ସଭାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଅର୍ଥମନ୍ତ୍ରୀ ନିରଂଜନ ପୂଝାରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇଥିଲେ । ଆକାଶ ଦାଶ ନାୟକ ଓ ସୁଲତା ଦେଓଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୂଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ମହିଳା ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା କାର୍ଡ ବଂଟନ କରି ଶୁଭାରମ୍ଭ କରିଥିଲେ । ମନ୍ତ୍ରୀ ଟୁକୁନି ସାହୁ ସ୍ୱାଗତ ଭାଷଣ ଦେଇ ନବୀନ ସରକାର ତରଫରୁ ମାଆ ମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଦଶ ଲକ୍ଷ ଟଙ୍କା ଆର୍ôଥକ ସାହାଯ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଥିବା ବିଷୟ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମଗ୍ର ଓଡିଶାର କଣ ଅନୁକୋଣରେ ସମସ୍ତ ପରିବାର ଯେପରି ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ସରକାର ସର୍ବଦା ଚେଷ୍ଟିତ ଥିବା ପ୍ରକାଶ କରିଥିଲେ । ଅର୍ଥମନ୍ତ୍ରୀ ନିରଂଜନ ପୂଝାରୀ ସରକାରଙ୍କ ବିକାଶ ର ଗାଥା ପ୍ରକାଶ କରିଥିବା ବେଳେ ସରକାରଙ୍କ ବିକାଶୋନ୍ମୂଖି କାର୍ଯ୍ୟକ୍ରମକୁ ବିରୋଧି ସହ୍ୟ କରିପାରୁନଥିବା ପ୍ରକାଶ କରିଥିଲେ।

ଗୃହ ରାଷ୍ଟ୍ର ମନ୍ତ୍ରୀ ବିଗତ ଦିନର କଳାହାଣ୍ଡି ଓ ଆଜିର ଉନ୍ନତି ପଥର କଳାହାଣ୍ଡି ସଂପର୍କରେ ଅବଲୋକନ କରି ସରକାର କଳାହାଣ୍ଡିର ବିକାଶ ପାଇଁ ସର୍ବଦା ଚେଷ୍ଟା କରିଆସୁଥିବା ପ୍ରକାଶ କରିଥିଲେ । ସେଥିପାଇଁ ମୂଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ କଳାହାଣ୍ଡିର ବିକାଶ ଯୋଜନା ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ମୂଖ୍ୟମନ୍ତ୍ରୀ ପ୍ରାୟ ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦେଇଥିବା ବେଳେ କଳାହାଣ୍ଡି ବାସୀଙ୍କୁ ପ୍ରାୟ ୯୦୦ କୋଟୀ ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି । କଳାହାଣ୍ଡି ଆଜି ଶିକ୍ଷା,ସ୍ୱାସ୍ଥ୍ୟ ସେବା, ଜଳସେଚନ,କୃଷି କ୍ଷେତ୍ରରେ ବିକାଶ ଆଡକୁ ମୁହାଇଛି ଏବଂ ମୋର ପ୍ରତ୍ୟକ୍ଷ ନଜର ରହିଥିବା ମୂଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.