Home କଳାହାଣ୍ଡି କଳାହାଣ୍ଡିରେ ‘ପରୀ’ ପଦଯାତ୍ରା : ସିବିଆଇ ତଦନ୍ତ ଦାବି

କଳାହାଣ୍ଡିରେ ‘ପରୀ’ ପଦଯାତ୍ରା : ସିବିଆଇ ତଦନ୍ତ ଦାବି

17

କଳାହାଣ୍ଡି: – ୨୦.୧୨.୨୦୨୦ (ଓଡିଆପୁଅ) ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ନୟାଗଡର କୁନି ଝିଅ ପରୀର ମୃତ୍ୟୁ ଘଟଣା ଜ୍ଝ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଆଲୋଚନା ସମାଲୋଚନା ହେଉଥିବା ବେଳେ ବିଧାନସଭାରେ ମଧ୍ୟ ଏହି ଘଟଣା ରେ ସୃଷ୍ଟି ହେଇଥିଲା ତୁମ୍ଭିତୋଫାନ ଜ୍ଝ ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଦୃଢ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ତେବେ ଏ ନେଇ ସରକାର ବର୍ତମାନ ପର‌୍ୟ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ବିଜେପି ତରଫରୁ କଳାହାଣ୍ଡି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେେ ଭବାନୀପାଟଣା ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ଜ୍ଝ ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଯୋଗ ଦେଇଥିଲେ ବିଜେପିର ଦଳୀୟ କାର‌୍ୟ୍ୟକର୍ତାମାନେ ଜିଲ୍ଲା ମୁଖ୍ୟ କାର‌୍ୟ୍ୟାଳୟରୁ ଏକ ବିରାଟ ପଦଯାତ୍ରାରେ ବାହାରି ଷ୍ଟାଚ୍ୟୁ ଛକ, ଗାନ୍ଧୀ ଛକ, ଘୋଡ଼ଘାଟ ଛକ, ବସଷ୍ଟାଣ୍ଡ, ଜେଲ ଛକ, ଜିଲ୍ଲପାଳଙ୍କ କାର‌୍ୟ୍ୟାଳୟ ଦେଇ ମାଣିକେଶ୍ବରୀ ମନ୍ଦିର ନିକଟରେ ପହଞ୍ଚିଥିଲେ । ଦଳୀୟ କାର‌୍ୟ୍ୟକର୍ତା ମାନେ ପରି ହତ୍ୟା ଘଟଣା ର ସିବିଆଇ ତଦନ୍ତ ଦାବି ଓ କୃଷିମନ୍ତ୍ରୀ ଅରୁଣ ସାହୁ ଙ୍କୁ ମନ୍ତ୍ରୀମଣ୍ଡଳ ରୁ ବହିଷ୍କାର ଦାବି ରେ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ ଜ୍ଝ ରାଜ୍ୟ ସରକାର ମା’ କୁ ସମ୍ମାନ ଓ ମାଟି କୁ ସମ୍ମାନର ଡିଣ୍ଡିମ ପିଟୁ ଥିବା ବେଳେ କୋମଳମତି ଶିଶୁକନ୍ୟାମାନେ ରାଜ୍ୟରେ ସୁରକ୍ଷିତ ନ ଥିବା ସରକାରଙ୍କ ନାରୀ ସଶକ୍ତିକରଣର ସ୍ଲୋଗାନ କୁ ପଦାରେ ପକାଇ ଦେଇଛି ବୋଲି ବିଜେପି କାର‌୍ୟ୍ୟକର୍ତା ମାନେ କହିଥିଲେ ଜ୍ଝ ତେବେ ପରି କୁ ନ୍ୟାୟ ନ ମିଳିଲେ ବିଜେପି ସମଗ୍ର ରାଜ୍ୟ ରେ ଆନ୍ଦୋଳନ କୁ ତୀବ୍ରତର କରିବ ବୋଲି କହିଛନ୍ତି ସ୍ଥାନୀୟ ନେତୃତ୍ୱ ଓ ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଲ,ବିନୀତା ଦାସ. ନିରୁପମା ନାୟକ, ରାଜ୍ୟ ସମ୍ପାଦିକା ଶର୍ମିଷ୍ଠା ମେହେର, ପୁଷ୍ପା ତାଣ୍ଡି, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଭାନୁ ପ୍ରକାଶ ରଥ, ରମେଶ ମାଝୀ, ଜୟଶଙ୍କର ନାୟକ, ଆର୍ତତ୍ରାଣ ମହାପାତ୍ର, ସନ୍ତୋଷ ବିଶି ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.