Home ଓଡ଼ିଶା କରୋନା ଲାଗି ଅଗ୍ରମୀ ୩ମାସର ଛାତ୍ରବୃତି ଟଙ୍କା ଓ ମଧ୍ୟହ୍ନଭୋଜର ଚାଉଳ ପାଇଲେ ଛାତ୍ରଛାତ୍ରୀ

କରୋନା ଲାଗି ଅଗ୍ରମୀ ୩ମାସର ଛାତ୍ରବୃତି ଟଙ୍କା ଓ ମଧ୍ୟହ୍ନଭୋଜର ଚାଉଳ ପାଇଲେ ଛାତ୍ରଛାତ୍ରୀ

1322

ମାଲକାନଗିରି,୨୫ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ଆତଙ୍କ ଦେଖା ଦେଇଥିବାରୁ ମାଲକାନଗିରି ଜିଲ୍ଲା ରେ ଲକ ଡାଉନ ଘୋଷଣା କରାଯାଇ ଥିବାରୁ ସେଥିନିମନ୍ତେ ଜିଲ୍ଲାର ସ୍କୁଲ କଲେଜ,ଛାତ୍ରବାସ ଗୁଡିକ ଛୁଟି ହୋଇ ଯାଇଛି । ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଘରକୁ ପଳାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ରୀମ ୩ମାସର ଛାତ୍ର ବୃତି ଟଙ୍କା ଓ ମଧ୍ୟାହ୍ନ ଭୋଜନ ବଦଳରେ ଚାଉଳ ଦେବାର ବ୍ୟବସ୍ଥା କରାଯାଇଛି । ଗତ ତିନିଦିନ ହେଲା ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ଦେବା ପାଇଁ ସେମାନଙ୍କ ଅଭିଭାବକ ମାନଙ୍କୁ ଟୋକନ ଦେବା ଆରମ୍ଭ ହୋଇ ଯାଇଛି । ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟର ୫୮ହଜାର୮୩୬ ଛାତ୍ର ଛାତ୍ରୀଙ୍କୁ ୯କେଜି ଲେଖା ଚାଉଳ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୨୨ହଜାର୨୧୪ଜଣ ଛାତ୍ର ଛାତ୍ରୀଙ୍କୁ ୧୩କେଜି୫୦୦ଗ୍ରାମଲେଖା ଚାଉଳ ତିନିମାସ ପାଇଁ ପ୍ରଦାନ କରାଯିବ, ବିଦ୍ୟାଳୟରୁ ଟୋକନ ନେଇଥିବା ଅଭିଭାବକ ମାନେ ନିଜ ନିଜ ପରିବାରର ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ପିଡିଏସ ଚାଉଳ ଆଣିବାକୁ ଗଲାବେଳେ ଏହି ଟୋକନ ଦେଖାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟାହ୍ନ ଚାଉଳ ଆଣିପାରିବେ,ଏହି କାର୍ଯ୍ୟର ବଜାର ନିରୀକ୍ଷକ,ବ୍ଲକଶିକ୍ଷା ଅଧିକାରୀ,ବିଆରସି, ସିଆରସିସି,ପ୍ରଧାନଶିକ୍ଷକ ଙ୍କୁ ତଦାରଖ ଦାଇତ୍ୱ ଦିଆ ଯାଇଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ ରମେଶଚନ୍ଦ୍ର ସେଠୀ ସୁଚନା ଦେଇଛନ୍ତି । ଠିକ ସେହିପରି ମଙ୍ଗଳ ବିଭାଗର ସେବାଆଶ୍ରମ,ଆଶ୍ରମ,ଏସଏସଡି ହାଇସ୍କୁଲରେ ପଢୁଥିବା ପ୍ରାୟ ୩୭ହାଜାର୯୦୦ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ରୀମ ୩ମାସର ୮କୋଟି୫୦ଲକ୍ଷ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନକରାଯାଇଛି ,ଛାତ୍ରୀ ମାନଙ୍କୁ ୨୪୦୦ଟଙ୍କା ଓ ଛାତ୍ର ମାନଙ୍କୁ ୨୨୫୦ଟଙ୍କା ଲେଖା ଅଗ୍ରୀମ ତନିମାସର ଛାତ୍ରବୃତି ଟଙ୍କା ଦିଆଯାଇ ଛାତ୍ରବାସରୁ ସେମାନଙ୍କ ଘରକୁ ପଠାଇ ଦିଆ ଯାଇଛି ବୋଲି ଜିଲ୍ଲାମଙ୍ଗଳ ଅଧିକାରୀ ପ୍ରଦୀପ୍ତକୁମାର ପଣ୍ଡା କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.