Home ଜିଲ୍ଲା ପରିକ୍ରମା ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଯିବ :  ଜିଲ୍ଲାପାଳ

ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଯିବ :  ଜିଲ୍ଲାପାଳ

1452

ଯାଜପୁର୨୫ା୩(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନାର ପ୍ରାଦୁର୍ଭାବ ଯେପରି ବଢୁଚ୍ଥି ଓ ଅନ୍ୟ ରାଜ୍ୟ ମାନଙ୍କରେ ଲକ୍ ଡାଉନ ଘୋଷଣା ପରେ ଆମ ଜିଲ୍ଲାକୁ ଯେପରି ଅଧିକରୁ ଅଧିକ ଲୋକ ପହଞ୍ଚୁଚ୍ଥନ୍ତି, ଏହାକୁ ନିୟନ୍ତ୍ରଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ କହିଚ୍ଥନ୍ତି ।  ବର୍ତ୍ତମାନ ସମଗ୍ର ଦେଶରେ ଲକ୍ ଡାଉନ ହେବାପରେ ମଧ୍ୟ ଲୋକମାନେ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ନ ହେବା ବିଡମ୍ୱନା ବୋଲି ଶ୍ରୀ ଦାସ କ୍ଷୋଭର ସହ କହିଚ୍ଥନ୍ତି ।  ଗତ ଦୁଇ ସପ୍ତାହ ଧରି ଆମେ ଲୋକ ମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଉଅଚ୍ଥୁ କି, ଅତ୍ୟାବଶ୍ୟକ କାର‌୍ୟ୍ୟ ନ ଥିଲେ ଘରୁ ବାହାରନ୍ତୁ ନାହିଁ, ଗହଳି ଜମାନ୍ତୁ ନାହିଁ, ଅଯଥା ଗହଳିକୁ ଯାଆନ୍ତୁ ନାହିଁ, କିନ୍ତୁ ଅନେକ ଏହାକୁ ଭୃକ୍ଷେପ କରୁ ନାହାଁନ୍ତି ।  ବିଶେଷଜ୍ଞଙ୍କ ମତରେ ଏହା ଏକ ମଣିଷରୁ ମଣିଷକୁ ସଂକ୍ରମଣ ଜନିତ ରୋଗ ।  ଏପରି କି,  କେବଳ ସ୍ୱଚ୍ଚ୍ଥତା ଓ ସାମାଜିକ ଦୂରତା ବଜାୟ ରଖିଲେ ଏହାକୁ ରୋକାଯାଇ ପାରିବ ।  କିନ୍ତୁ ଏହାକୁ ଅନେକ ମାନିବାକୁ ପ୍ରସ୍ତୁତ ନୁହନ୍ତି ।  କେତେଜଣ ଅମାନ୍ୟକାରୀଙ୍କ ଲାଗି ପୁରା ଜିଲ୍ଳ୍‌ାର ଲକ୍ଷ ଲକ୍ଷ ଲୋକଙ୍କୁ ଅସୁରକ୍ଷିତ କରାଯାଇ ପାରିବ ନାହିଁ ।  ସେଥିପାଇଁ ବର୍ତ୍ତମାନ ବୁଝାଶୁଝାକୁ ଚ୍ଥାଡି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି ।  ବର୍ତ୍ତମାନ କେବଳ ଔଷଧ ଦୋକାନ ଗୁଡିକ ସବୁବେଳେ ଖୋଲା ରହିବାକୁ ଥିବା ବେଳେ ଅନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସକାଳ ୭ ଘଟିକାରୁ ୯ ଘଟିକା ଓ ଅପରାହ୍ନ ୩ ଘଟିକାରୁ ୫ ଘଟିକା ମଧ୍ୟରେ ଉପଲବ୍ଧ ହେବ ।  ଏହି ସମୟ ବାଦ ଯିଏ ବାହାରେ ବୁଲିବ ତା’ ବିରୁଦ୍ଧରେ ବିପର‌୍ୟ୍ୟୟ ପ୍ରଶମନ ଆଇନ ଅନୁସାରେ କଠୋର କାର‌୍ୟ୍ୟାନୁଷ୍ଠାନ ହେବ ।  ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ମାନେ ପ୍ରତ୍ୟେକ ବ୍ଳ୍‌କ ଅଞ୍ଚଳ ବୁଲିବା ସହ ପରିସ୍ଥିତିର ଅନୁଧ୍ୟାନ କରୁଚ୍ଥନ୍ତି ।  କେଉଁଠାରେ ମଧ୍ୟ ଆଇନ ଉଲଂଘନକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରାଇ ଦେବା ସହ ଜିଲ୍ଲାର ପ୍ରତ୍ୟେକଟି ନାଗରିକ ତାହାର ଦାୟିତ୍ୱ ନିର୍ବାହ କରି ଘରେ ରହିବାକୁ ଓ ଅନ୍ୟ କିଏ ବାହାରେ ବୁଲୁଥିଲେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେବାକୁ ଅନୁରୋଧ କରିଚ୍ଥନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.