Home ଜିଲ୍ଲା ପରିକ୍ରମା କରୋନା ପାଇଁ ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀଙ୍କ ବିଧାୟକ ପ୍ରେମ

କରୋନା ପାଇଁ ଜିଲ୍ଲା ସୁଚନା ଲୋକ ସମ୍ପର୍କ ଅଧିକାରୀଙ୍କ ବିଧାୟକ ପ୍ରେମ

477

ଯାଜପୁର୨୫ା୩(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ପାଇଁ ୨୨ତାରିଖ ଠାରୁ  ଦେଶ ଓ ରାଜ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱସ୍ଥାସେବୀ ଅନୁଷ୍ଟାନ ଗୁଡିକ ଲୋକମାନଙ୍କୁ ସଚେତନତା କରିବାକୁ ଆଗକୁ ଆସିଥିବା ବେଳେ ଯାଜପୁର ଜିଲ୍ଲ।ର ସୁଚନା ଲୋକସମ୍ପର୍କ ଅଧିକାରୀ କରୋନା ସଂକ୍ରମଣ ପ୍ରଚାର ପ୍ରସାରକୁ କମ୍ ଗୁରୁତ୍ୱ ଦେଇ ଯାଜପୁର ବିଧାୟକଙ୍କର ମହତ ଦାନ ସଂପର୍କରେ ପ୍ରଚାର କରି ଚର୍ଚ୍ଚାକୁ ଆସିବା ଦେଖିବାକୁ ମିଳିଛି । ଜିଲ୍ଲାରେ କରୋନା କର୍ଫୁ କାର୍ଯ୍ୟକାରୀ ହେବା ପରେ କଳାବଜାରୀଙ୍କ କବଳରେ ନିରୀହ ଜନସାଧାରଣ ଶୋଷଣର ଶୀକାର ହେଉଥିବା ବେଳେ ପ୍ରଶାସନ ଏଦିଗରେ ତତ୍ପରତା ନଦେଖାଇ ବିଧାୟକଙ୍କ ପ୍ରଚାରରେ ଲାଗିବା ଜିଲ୍ଲା ପାଇଁ ଲଜ୍ଜାର ବିଷୟ ହୋଇଛି । ଆଜି ଜିଲ୍ଲ।ର ସୁଚନା ଲୋକ ସମ୍ପର୍କ ଅଧିକାରୀ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ହାତ ପାଣ୍ଠିରୁ ୨୦୨୦-୨୧ ବର୍ଷର ୩ କୋଟି ଟଙ୍କା ଜିଲାପାଳ ପ୍ରଦାନ କରିବାକୁ ଘୋଷଣା ସହ ଏହା କୋରୋନା ମୁକାବିଲାରେ ବ୍ୟୟ କରିବାକୁ ପରାମର୍ଶ ଦେଇଚ୍ଥନ୍ତି ।  ତାଙ୍କର ଏହି ସାଧୁ ଉଦ୍ୟମ ପାଇଁ ଜିଲ୍ଲାପାଳ ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିବା ଖବର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଠାଇବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.