Home ଓଡ଼ିଶା କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ରର...

କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ରର ୮୯୦.୩୨ କୋଟି ଜାରୀ – କରୋନା ମୁକାବିଲାକୁ ଅଧିକ ମଜବୁତ୍ କରିବ – ଧର୍ମେନ୍ଦ୍ର ପ୍ରଧାନ

139

– ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ
– ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମୋଦି ସରକାରଙ୍କ ପ୍ରାଥମିକତା

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୦୭ (ଓଡ଼ିଆ ପୁଅ) – କରୋନା ଜରୁରୀକାଳୀନ ପ୍ରଶମନ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୯୦.୩୨ କୋଟି ଟଙ୍କା ଜାରି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅର୍ଥ ସାମ୍ପ୍ରତିକ ସମୟରେ କରୋନା ମହାମାରୀର ମୁକାବିଲା କାର୍ଯ୍ୟକୁ ଅଧିକ ମଜବୁତ୍ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଏହି ପ୍ୟାକେଜ ଅଧୀନରେ ଚଳିତବର୍ଷ ଏପ୍ରିଲ ମାସରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୩ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଜାରୀ କରାଯାଇଛି। ମେଡିକାଲ ଭିତ୍ତିଭୂମିକୁ ସୁଦୃଢ କରିବା ସହ କରୋନା ଟେଷ୍ଟି ସୁବିଧାରେ ବୃଦ୍ଧି ଏବଂ ଭେଣ୍ଟିଲେଟର, ଆଇସୋଲେସନ ବେଡ୍‌, ଔଷଧ ଏବଂ ଆବଶ୍ୟକୀୟ ଆନୁଷାଙ୍ଗିକ ବ୍ୟବସ୍ଥା ପାଇଁ ଏହି ଅର୍ଥ ସହାୟକ ହୋଇପାରିଛି। ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି। ସଠିକ୍ ସମୟରେ କେନ୍ଦ୍ର ସରକାରଙ୍କ ଏହି ଆର୍ôଥକ ସହାୟତା ଏବଂ ସମସ୍ତଙ୍କ ଉଦ୍ୟମ ବଳରେ ଦେଶରେ ଖୁବ ଶୀଘ୍ର ଫଳପ୍ରଦ ଖବର ଆସିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.