Home ଓଡ଼ିଶା କଦମ୍ବଝୋଲାରେ କାଜୁ ସଂଗ୍ରାମ ସମିତି ତରଫରୁ କୃଷକ ସଭା

କଦମ୍ବଝୋଲାରେ କାଜୁ ସଂଗ୍ରାମ ସମିତି ତରଫରୁ କୃଷକ ସଭା

43

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୧୨- ଓଡିଶା କୃଷକ ସଭା ନେତୃତ୍ୱରେ ରଣପୁର କାଜୁ ସଂଗ୍ରାମ ସମିତି ତରଫରୁ ଚାନ୍ଦପୁର ଥାନା ପଟିଆ ଗ୍ରାମ ପଞ୍ଚାୟତ କଦମ୍ବଝୋଲା ଠାରେ ଏକ କୃଷକ ସଭା ଅନୁଷ୍ଠିତ ହୋଇଯାଇଅଛି । ସମିତି ସଭ୍ୟ ବିଜୟ କୁମାରେ ଜେନା ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।  କଦମ୍ବଝୋଲା , ଜିରିପଡା , ପାଇକ ସାହି ,ପଟିଆ ଆଦି ମୈାଜାର କାଜୁ ଚାଷିମାନେ ଏଥିରେ ଯୋଗ ଦେଇଥିଲେ । କାଜୁ ନିଗମ ଏହି ଅଂଚଳ ସରକାରୀ ଜମିକୁ ଦଖଲ କରିନେଇଥିବାରୁ ଗରିବ ଭୁମିହୀନ ପରିବାର ଗୁଡିକ ଲିଜ୍‌  ସୂତ୍ରରେ ୨୨ ବର୍ଷ ହେଲା ଆବେଦନ କରିଥିଲେ ମଧ୍ୟ ଲିଜ୍ ପାଇପାରୁନାହାଁନ୍ତି ।

କିଛି ଘରୋଇ କମ୍ପାନୀ ମଧ୍ୟ ଜମି ଦଖଲ କରିଛନ୍ତି ।  ବାସହୀନ ଭୂମିହୀନ ଲୋକମାନେ ଏହା ବିରୁଦ୍ଧରେ ଆନ୍ଦୋଳନ ତୀବ୍ରହେବ ବୋଲି କହିଛନ୍ତି ଏଥିପାଇଁ ଚାଷିମାନେ ଗାଁ ଗାଁରେ ଏକାଠି ହୋଇ ଆନ୍ଦୋଳନକୁ ଆଗେଇ ନେବାପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଏଥିରେ କାଜୁ ସଂଗ୍ରାମ ସମିତିର ସୁରେଶ ସ୍ୱାଇଁ , କୃଷକ ସଭାର ରାଜ୍ୟ ନେତା ସୁରେଶ ପାଣିଗ୍ରାହୀ , ହରିଶ୍ଚନ୍ଦ୍ର ମିଶ୍ର, ଜଗନ୍ନାଥ ମିଶ୍ର , ପବିତ୍ର ପ୍ରଧାନ , ଗଦାଧର ପ୍ରଧାନ , ଦିଲ୍ଲୀପ ଜେନା , ଚନ୍ଦ୍ରଶେଖର ଜେନା ଓ ବନମାଳି ମାଝି ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.