Home ଓଡ଼ିଶା କଅଁଳ କାନ୍ଧରେ ପରିବାର ଚଳାଇବାର ବୋଝ

କଅଁଳ କାନ୍ଧରେ ପରିବାର ଚଳାଇବାର ବୋଝ

21

ମାଲକାନଗିରି, ୮ା୮ (ଓଡିଆ ପୁଅ ) ବାପା ମା ହାତ ଧରା ଧରି ହୋଇ ଆର ପାରିକୁ ଚାଲିଗଲେ,ପେଟଚାଖଣ୍ଡ କ ପାଇଁ ଦାନାଗଣ୍ଡେ ଯୋଗାଡ କରିବା ଓ ସାନଭାଇଭଉଣୀଙ୍କୁ ପାଠପଢାଇ ମଣିଷ କରିବା ପାଇଁ କଅଁଳ କାନ୍ଧରେ ପରିବାର ବୋଝ ସମ୍ବାଳିବାକୁ ପଡୁଛି ଆଦିବାସୀ ନାବାଳକ ନବୀନାଙ୍କୁ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ଥାନା ନିକଟବର୍ତି ଖଇରାପାଲି ଗ୍ରାମର ଆଦିବାସୀ ନାବାଳକ ନବୀନା ,ଗତ ୧୦ବର୍ଷତଳେ ବାପା ମା ଆରପାରିକୁ ଚାଲିଗଲେ । ପାଠପଢାରେ ଡୋରି ବନ୍ଧା ହୋଇଗଲା ନବୀନାଙ୍କର । ସେ ପରଘରେ ମୂଲମଜୁରୀ ଲାଗି ନିଜର ବିକଳାଙ୍ଗ ଦୁଇ ସାନଭାଉ ଭଉଣୀ ଙ୍କ ପେଟକୁ ଦାନା ଯୋଗଡା କରୁଛନ୍ତି ।ନବୀନାଙ୍କର ପାଠପଢିବା ପାଇଁ ଇଛାଥିଲେ ମଧ୍ୟ ତାଙ୍କ ପାଠପଡାରେ ପ୍ରତିବନ୍ଧକ ସାଜିଛି ଅର୍ଥ ।କଅଁଳ କାନ୍ଧରେ ପରିବାର ଚଳାଇବା ବୋଝ ମୁଣ୍ଡାଇଛନ୍ତି ନବୀନା, ତାଙ୍କୁ ସରାକାରୀ ସହାୟତା କହିଲେ କେବଳ ଟଙ୍କିକିଆ ଚାଉଳ, ଇନ୍ଦିରା ଆବାସକି ଅନ୍ୟାନ ସହାୟତା ଯୋଗାଇ ଦିଆ ଯାଇ ନଥିବାରୁ ଗ୍ରାମବାସୀ ମାନଙ୍କ ସହ ଯୋଗରେ ଭଙ୍ଗାକୁଡିଆଟିକୁ ସଜାଡା ଯାଇଛି । ନବୀନା ଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.