Home ଓଡ଼ିଶା ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା

35

ମାଲକାନଗିରି, ୮ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ପୁବ ର୍ତନ ଓଡିଶା ସାହିତ୍ୟ ଏକାଡାମୀ ସଦସ୍ୟ ଓ ଜିଲ୍ଲା ସାମ୍ବିଦିକ ସମନ୍ୱୟକମଟି ଅଧ୍ୟକ୍ଷ ରତ୍ନାକରଦାଶ ଙ୍କ ମା ଲଳୀତା ମଣିଦାଶ(୯୦)ଙ୍କ ଶନିବାର ଦିନ ଦେହାନ୍ତ ହୋଇଛି । ସେ ଗତ କିଛି ଦିନହେଲା ବାର୍ଦ୍ଦକ୍ୟ ଜନିତ ରୋଗଗସ୍ତ ରେ ଚିକିତ୍ସିତ ହେଉଥିଲେ । ସେ ଜଣେ ଧର୍ମପରାୟଣ ପରଉପକାରି ସମାଜସେବି ଥିଲେ ।ବୃଦ୍ଦାବସ୍ତାରେ ମଧ୍ୟ ସେ ଗୀତା ଭାଗବତ ପୁସ୍ତକ ଅଧ୍ୟୟନ କରିବାସହିତ ମହାପୁରଷ ଓ ସ୍ୱାଧିନତା ସଂଗ୍ରାମୀ ମାନଙ୍କ କାହିଣି ଶୁଣାଇ ବା ସହ ସ କୁହଥେଲେ ରୁଚୁ ନ ରଚୁ ଖାଅ ପିତା, ବୁଝ ନବୁଝ ପଢ ଗୀତା ,ସବୁବେଳେ ନାତି ନାତୁଣି ଓ ପୁତ୍ରବଧୁ ମାନଙ୍କୁ ହିତଉପଦେଶ ଦେଇଆସୁଥିଲେ । ତାଙ୍କର ୪ପୁତ୍ର ୨ ଝିଅ ଅଛନ୍ତି । ଚିତ୍ରକୋଣ୍ଡାଠାରେ ବରିଷ୍ଟ ସାମ୍ବାଦିକ ସୁଧାକର ଦାଶ,ଭିଦ୍ରକ ଜିଲ୍ଲା ଧାମନଗର ରେ ବଡ ମଝିଆ ପୁତ୍ର ଗଦାଧର ଦାଶ,ନବରଙ୍ଗପୁରରେ ସାନମଝିଆ ପୁତ୍ର ଶିକ୍ଷକ ହରିହରଦାଶ,ମାଲଲାକନଗିରି ରେ ସାନପୁଅ ରତ୍ନାକରଦାଶ ଅଛନ୍ତି । ତାଙ୍କର ଅନ୍ତିମ ସମୟରେ ମାଲକାନଗିରି ଠାରେ ସାନପୁତ୍ର ରତ୍ନାକରଦାଶଙ୍କ ନିକଟରେ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟାନିକଟରେ ବଡପୁଅ ପୁଅ ସୁଧାକର, ମଧ୍ୟମପୁତ୍ର ହରିହର, ଓ ସାନପୁତ୍ର ରତ୍ନାକର ଙ୍କ ସହିତ ପରିବାର ସଦସ୍ୟ ,ସାହିଭାଇ,ସାମ୍ବାଦିକ ଓ ବରିଷ୍ଟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି କୋଭିଡ ନିୟମ ପାଳନ କରି ସ୍ୱର୍ଗତ ଲଳିତା ମଣୀ ଦାଶ ଙ୍କ ଶେଷ ଦର୍ଶନ କରି ପୁସ୍ପଗୋଛ ଦେଇ ପରିବାରଙ୍କ ସହିତ ସ୍ମଶାନକୁ ଯାଇ ଶବସଂସ୍କାର କରିଥିଲେ । ସେଜଣେ ପରଉପକାରି ଧର୍ମପରାୟଣ ,ମିଷ୍ଠଭାଷୀ ମହିଳା ଥିଲେ ।ଗତ ୧୦ଦିନ ପୁବ ର୍ରୁ ତାଙ୍କର ନବରଙ୍ଗପୁର ପୁତ୍ରବଧୁ ଜୋସ୍ନାରାଣୀ ଙ୍କର ଦେହାନ୍ତ ହୋଇଥିଲା । ସେ ପୁତ୍ରବଧୁ ଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଭାଙ୍ଗିପଡିବା ସହିତ ଖାଦ୍ୟଛାଡିଦେଇ ରୋଗଗସ୍ତ ହୋଇ ଯାଇଥିଲେ । ତାଙ୍କ ଦେହାନ୍ତ ଖବର ପାଇ ଜିଲ୍ଲାର ସମସ୍ତ ସାମ୍ବାଦିକ,ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ପୁବ ର୍ତନ ସାଂସଦ ପ୍ରଦୀପ ମାଝୀ,ଜିଲ୍ଲାପାଳ ବୀଶାଲ ସିଂ,ଜିଲ୍ଲା ସ୍ୱତନ୍ତ୍ରବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ଅନ୍ୟାନ ଅଧିକାରୀ,ରାଜନେତା ,ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ,ବିଷିଷ୍ଟ ବ୍ୟକ୍ତି ବିଶେଷ ଶୋକପ୍ରକାଶ କରିଛନ୍ତି । ଏହା ସହ ସାଙ୍ଗସାଥୀ ବନ୍ଧୁବର୍ଗ ତାଙ୍କ ବାସଭବନରେ ପହଁଚି ଶୋକସନ୍ତପ ପରିବାର ଲୋକଙ୍କୁ ସମବେଦନା ଜଣାଇନ୍ତି । ଧର୍ମପରାୟଣ ବୃଦ୍ଧା ଲଳିତା ମଣୀ ଦାଶ ଙ୍କ ବିୟୋଗରେ ମାଲକାନଗିରି,ନବରଙ୍ଗପୁର,ଧାମନଗର ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.