Home କେନ୍ଦୁଝର ଓରାଳି ସାଇନବୋର୍ଡକୁ ଉପାଡିନେଲେ ଦୁର୍ବୁତ

ଓରାଳି ସାଇନବୋର୍ଡକୁ ଉପାଡିନେଲେ ଦୁର୍ବୁତ

5

ହାଟଡିହି- ୭/୮: (ଓଡିଆପୁଅ / ବିକାଶ ବିଶ୍ୱାଳ) ପୁର୍ତ୍ତ ବିଭାଗ ପକ୍ଷରୁ ଓରାଳି ଛକ ବସ ଷ୍ଟପେଜ ଠାରେ ଲଗାଯାଇଥିବା ଗାଁ ସାଇନବୋର୍ଡକୁ କେହି ଦୁର୍ବୁତ ଓପାଡି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ସାଇନବୋର୍ଡ ଲଗାଇବା ଦାୟିତ୍ୱରେ ଥିବା ଠିକାଦାର ଗତ ୩ତାରିଖ ଅପରାହ୍ନରେ ସାଇବୋର୍ଡଟିକୁ କଂକ୍ରିଟ ଦେଇ ଲଗାଇଥିଲେ । ଦୁଖଃ ଓ ପରିତାପର ବିଷୟ ଯେ ସେହି ରାତିରେ ପଶ୍ଚିମପଟ ସାଇବୋର୍ଡକୁ କେହି ଦୁର୍ବୁତ ତାକୁ ଉପାଡି ପିଙ୍ଗି ଦେଇଛି । ଏନେଇ ଠିକାଦାର ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାଯାିଛି । ଏଠାରେ ସୁଚନାଯୋଗ୍ୟ ଯେ ୫୩ନଂ ରାଜ୍ୟରାଜପଥ ଭଦ୍ରକ- ଆନନ୍ଦପୁର ରାସ୍ତାର ମଧ୍ୟବର୍ତ୍ତୀ ଓରାଳିଛକ ନିକଟରେ ଗାଁ ସାଇନବୋର୍ଡ ଲଗାଯିବାକୁ ଓରାଳି ଗ୍ରାମବାସୀମାନେ ଦୀର୍ଘଦିନ ହେଲା ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ, ପୁର୍ତ୍ତ ବିଭାଗମନ୍ତ୍ରୀ, ୫-ଟି ସଚିବ, ଜିଲ୍ଲାପାଳ, ଏସପିଙ୍କ ନିକଟକୁ ବହୁବାର ଚିଠି ପଠାଯାଇଥିଲା । ପୁର୍ତ୍ତମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଘଟଣାର ଅନୁଧ୍ୟାନ କରିବାପରେ ସେଠାରେ ଏକ ତ୍ରୁଟିପୁର୍ଣ୍ଣ ସାଇନବୋର୍ଡ ଲଗାଯାଇଥିବା ଜାଣିବାକୁ ପାଇଥିଲେ । ତ୍ରୁଟି ସଂଶୋଧନ କରି ତୁରନ୍ତ ଦୁଇଟି ସାଇନବୋର୍ଡ ଲଗାଇବାକୁ ସେ ଘଟଗାଁ ଡିଭିଜନର ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସପ୍ତାହକ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନକରାଯାଇ ସାଇନବୋର୍ଡ ଲଗା ଯାଇଥିବାବେଳେ କେହି ଦୁର୍ବୁତ ଜାଣିଶୁଣି ତାହାକୁ ଉପାଡି ଦେଇଥିବା ଅଭିଯୋଗ ହେଉଛି । ଓରାଳି ଛକଠାରେ ତୁରନ୍ତ ଦୁଇଗୋଟି ସାଇବୋର୍ଡ ଲଗାଇବା ସହିତ ସରକାରୀ କାର୍ଯ୍ୟକୁ ଭଣ୍ଡୁର କରୁଥିବା ଏହି ଦୁର୍ବୁତ ମାନଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ବୁଦ୍ଧିଜିବୀ, ଯୁବଗୋଷ୍ଠୀ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.