Home ଓଡ଼ିଶା କଂଗ୍ରେସ ଦଳରୁ ଇସ୍ତପା ଦେଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ

କଂଗ୍ରେସ ଦଳରୁ ଇସ୍ତପା ଦେଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ

84

ମାଲକାନଗିରି,୨୨ା୧୦ (ଓଡିଆ ପୁଅ ) ଅବିଭକ୍ତ କୋରାପୁଟ ଜିଲ୍ଲାର ତଥା ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ପୁବ ର୍ତନ ସାଂସଦା ପ୍ରଦୀପ ମାଝୀ ଆଜି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦବିରୁ ଇସ୍ତପା ଦେଇଛନ୍ତି । ଏ ସଂପର୍କରେ ସେ ସବ ର୍ଭାରତୀୟ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀ,କଂଗ୍ରେସ ବରିଷ୍ଠ ନେତା ରାହୁଳ ଗାନ୍ଧୀ,ସାଂସଦ ଚେଲା କୁମାର,ପିସିସି ସଭାପତି ନିରଜଂନ ପଟନାୟକ,ଏଆଇସିସି ସଚିବ ରୁଦ୍ର ରାଜୁ ଙ୍କ ନିକଟକୁ ଇସ୍ତପା ପତ୍ର ପଠାଇଥିବାର ଜଣାପଡିଛି । ଗତ କିଛି ମାସହେଲା ଶ୍ରୀ ମାଝୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବା ପାଇଁ ରାଜନୈତିକ ମହଲରେ ଚର୍ଚା ହେଉଥିଲା । ସେ ଏହାକୁ ଅସ୍ୱିକାର କରିଥିବା ବେଳେ ଆଜି କଂଗ୍ରେସର ହାତ ଛାଡି ବା ଘଟଣା ସ୍ପଷ୍ଟ କରିଦେଇଛି ସେ ଶଙ୍ଖଫୁଙ୍କିବା ପାଇଁ ପ୍ରସ୍ତୁତ ହେଉଥିବାର କଂଗ୍ରେସ ଓ ବିଜେଡି ଦଳର କିଛି ନେତା ଆଲୋଚନା କରୁଥିବାର ଶୁଣିବାକୁ ମିଳୁଛି । ତାଙ୍କ ଇସ୍ତପା ପୁବ ର୍ରୁ ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର କାର୍ଯ୍ୟକାରି ସଭାପତି କଂଗ୍ରେସ ନେତା ରାମ ପଟନାୟକ,ମାଥିଲି ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରୀୟା ନାୟକ ,ପୁବ ର୍ତନ ଜିଲ୍ଲାପରିଷଦ ସଦସ୍ୟ ତଥା କଂଗ୍ରେସ ନେତା ନିଳକଠଂ ଝୋଲା ଙ୍କ ସହିତ ଅନ୍ୟକିଛି କଂଗ୍ରେସ ନେତା ଓ କର୍ମୀ କଂଗ୍ରେସ ଦଳରୁ ଇସ୍ତପା ଦେଇଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ ପ୍ରଦିପ ମାଝୀ ଙ୍କ ପିତା ଭଗବାନ ମାଝୀ ସ୍ୱର୍ଗତ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରୁ ୧୯୯୪ ମସିହାରେ ରାଜ୍ୟସଭା ସଦସ୍ୟ ହୋଇଥିଲେ ।ପରବର୍ତି ସମୟସେ ସେ କଂଗ୍ରେସ ଦଳରେ ଯୋଗଦେଇଥିଲେ । ତାଙ୍କ ପୁଅ କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରି ପ୍ରଥମେ ଜିଲ୍ଲାପରିଷଦ ଅଧ୍ୟକ୍ଷ ତାପରେ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ,ସେବେ ଠାରୁ ଆଉ ସେ ପଛକୁ ଫେରି ନାହିଁନ୍ତି ଜାତୀୟ,ରାଜ୍ୟସ୍ତରରେ ସେ ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ପରିଚିତ ଥିଲେ ।ପିସିସି ର କାର୍ଯ୍ୟକାରି ସଭାପତି ଭାବେ ସେ ସଫଳତାର ସହିତ କଂଗ୍ରେସ ଦଳ ପାଇଁ କାମକରୁଥିଲେ ।ଏବେ କଂଗ୍ରସ ଦଳ ଜାତୀୟ ଓ ରାଜ୍ୟସ୍ତରରେ ଧିରେ ଧିରେ ନିଜର ପତିଆରା ହ୍ରାସ ହେବାକୁ ଲାଗିଛି । କଂଗ୍ରେସ ନେତା ପ୍ରଦୀପ କେବେ ବିଜେଡିରେ ସାମିଲ ହୋଇ ଶଙ୍ଖପୁଙ୍କିବେ ତାହା ଅବିଭକ୍ତ କୋରାପୁଟ ଜିଲ୍ଲା ବାସୀ ଓ ସମଗ୍ର ରାଜ୍ୟବାସୀ ଦେଖିବା ବାକି ରହିଲା । ଅପର ପକ୍ଷରେ ପ୍ରଦୀପ ଜଣେ କଂଗ୍ରେସ ଦଳର ଟାଣୁଆ ନେତା ଥିଲେ, ତାଙ୍କତର ବ୍ୟକ୍ତି ଗତକାରଣ ଯୋଗୁ ସେ ଦଳରୁ ଇସ୍ତପା ଦେଇଛନ୍ତି । କଂଗ୍ରେସ ଦଳ ଏକ ବହୁପୁରାତନ ଦଳ କେତେ ନେତା ଆସିବେ କେତେ ନେତା ଯିବେ, ଏହି ଦଳ ସେମତି ରହିଥିବା,ପ୍ରଦୀପଙ୍କ ଇସ୍ତପା କଂଗ୍ରେସ ଦଳପ୍ରତି ସେମିତି କିଛି ପ୍ରଭାବ ପକାଇବ ନାହିଁ ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.