Home ଜିଲ୍ଲା ପରିକ୍ରମା ବହୁଜନ ସମାଜପାର୍ଟିର ପ୍ରଶିକ୍ଷଣ ଶିବିର, ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ରଣନୀତି ପ୍ରସ୍ତୁତି

ବହୁଜନ ସମାଜପାର୍ଟିର ପ୍ରଶିକ୍ଷଣ ଶିବିର, ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ରଣନୀତି ପ୍ରସ୍ତୁତି

43

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ସାହାପୁରୁ ଠାରେ ବହୁଜନ ସମାଜପାର୍ଟିର ଜୋନ ସ୍ତରୀୟ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପ୍ରଦେଶର ଜୋନ ସଂଯୋଜକ ଧୀମାନ ସୁବ୍ରତ ସାମଲ, ବିଭୁତିଭୂଷଣ ମାଝୀ, ସୁଧୀର ନାୟକ, ଅହମ୍ମଦ ଖାନ୍‌, ଅର୍ଜୁନ ଚରଣ ମଲ୍ଲିକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମାଧବାନନ୍ଦ ମଲ୍ଲିକ ଅତିଥି ଭାବେ ଯୋଗଦେଇ କର୍ମୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଟି ତରଫରୁ ରଣନୀତି ସ୍ଥିର କରାଯାଇଥିଲା । ରାଜ୍ୟ ଓ କେନ୍ଦ୍ର ସ୍ତରରେ କ୍ଷମତାରେ ଥିବା ଦଳ ମାନଙ୍କ ଦୁର୍ନୀତିକୁ ଆଧାର କରି ପାର୍ଟି ତାର ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବାକୁ ଉପସ୍ଥିତ କର୍ମୀମାନଙ୍କୁ ବୁଝାଇ ଦିଆଯାଇଥିଲା । ଜିଲ୍ଲା ସଂଯୋଜକ ଇଂ ରାଜୀବଲୋଚନ ଜେନାଙ୍କ ମଞ୍ଚ ପରିଚାଳନାରେ ଜିଲ୍ଲା ସଭାପତି ଇଂ ଶୁଭେନ୍ଦୁ ମଲ୍ଲିକ ସଭାପତିତ୍ୱ କରିଥିଲେ । ସର୍ବେଶ୍ୱର ବେହେରା, ପ୍ରଫୁଲ୍ଲ ଜେନା, ସୁରେନ୍ଦ୍ର ମଲ୍ଲିକ, ରୋହିତ ମଲ୍ଲିକ, ବୃନ୍ଦାବନ ଜେନା, ତପସ୍ୱିନୀ ଜେନା, ଇଂ ପତିତପାବନ ଜେନା, ସୁବାଶ ଜେନା, ପୃଥୀରାଜ ଦାସ, ନିର୍ମଳ ଜେନା, ହୃଷିକେଶ ଜେନା, ଏସକେ ରିଆଜ, ଶୁକଦେବ ବାରିକ, ନାସିର ଖାଁ, ଶିବସୁନ୍ଦର ଜେନା, ଇଂ ରଜନୀ ଜେନା, ବେଣୁଧର ଦାସଙ୍କ ସମେତ ଭଦ୍ରକ ଲୋକସଭା ସ୍ତରୀୟ ବହୁ ଅଗ୍ରଣୀ କର୍ମୀ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ । ଶେଷରେ ଧୀମାନ ପଞ୍ଚାନନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.