Home ଅପରାଧ ଅନ୍ୟକୁ ପରାମର୍ଶ ନଦେଇ ଶାସକ ବିଜେଡିର ମହିଳା ନେତ୍ରୀମାନେ ରାଜ୍ୟର ମା’ ଓ ଭଉଣୀଙ୍କ ସ୍ୱାର୍ଥ...

ଅନ୍ୟକୁ ପରାମର୍ଶ ନଦେଇ ଶାସକ ବିଜେଡିର ମହିଳା ନେତ୍ରୀମାନେ ରାଜ୍ୟର ମା’ ଓ ଭଉଣୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ କାର୍ଯ୍ୟ କରନ୍ତୁ: ବିଜେପି ଯୁବମୋର୍ଚ୍ଚା

164

ଭୁବନେଶ୍ୱର: ବହୁଚର୍ଚ୍ଚିତା ମମିତା ମେହେର ହତ୍ୟାକଣ୍ଡ ଆଦୈା ଛୋଟ ଘଟଣା ନୁହେଁ। ନାରୀ ହିଂସା, ନିର୍ଯ୍ୟାତନା, ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଦି ସାମାଜିକ ପ୍ରସଙ୍ଗରେ ବିରୋଧୀ ଦଳ ତଥା ସାଧାରଣ ଜନତା ପ୍ରଶ୍ନ କଲେ, ଶାସକ ବିଜେଡିର ମହିଳା ନେତ୍ରୀମାନେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିବା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇ ଦେବାରେ କୈାଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ବୋଲି ଭାରତୀୟ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ସୁଶ୍ରୀ ଅର୍ପିତା ଅପରାଜିତା ବଡ଼ଜେନା କହିଛନ୍ତି। ବିଭିନ୍ନ ଗଣମାଧ୍ୟମ ଓ ମୃତ ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ, ସନସାଇନ ସ୍କୁଲର ମୁଖ୍ୟ ସଂଚାଳକ ଗୋବିନ୍ଦ ସାହୁଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ ରହିଛି। ରାଜ୍ୟ ମନ୍ତ୍ରୀମଣ୍ଡଳର ବହୁ ବରିଷ୍ଠ ମନ୍ତ୍ରୀ, ବିଧାୟକ ତଥା ଶାସକ ବିଜେଡିର ନେତାମାନେ ବାରମ୍ବାର ସେହି ସ୍କୁଲକୁ ଆସି ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ସ୍ଥାନୀୟ ବିଧାୟକ ହୋଇଥିବା ସତ୍ୱେ ମନ୍ତ୍ରୀ ଶ୍ରୀ ମିଶ୍ର କାହିଁକି ସ୍କୁଲର ବିଳାସମୟ କଠୋରୀରେ ରହୁଥିଲେ ? ନିଖୋଜ ଘଟଣାରେ ପୋଲିସ ମମିତାର ପରିବାର ସଦସ୍ୟଙ୍କୁ ହତାଦର କରି ଏଫଆଇଆର ରୁଜୁ ନକରି କାହିଁକି ଏବଂ କାହାର ନିର୍ଦ୍ଦେଶରେ ଫେରାଇ ଦେଇଥିଲା? ବେସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବା ସତ୍ୱେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଆର୍ଥିକ ଅନୁଦାନ କାହିଁକି ମଂଜୁରୀ କରାଇଥିଲେ ମନ୍ତ୍ରୀ ଶ୍ରୀ ମିଶ୍ର? ଏଭଳି ସମ୍ବେଦନଶୀଳ ଘଟଣାରେ ତାଙ୍କ ଉପରେ ଉଠିଥିବା ପ୍ରଶ୍ନର ଜବାବ୍ ନଦେଇ ଶାସକ ବିଜେଡିର ମହିଳା ନେତ୍ରୀମାନେ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଇବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସୁଶ୍ରୀ ବଡ଼ଜେନା କହିଛନ୍ତି।

ରାଜ୍ୟରେ ଘଟିଯାଉଥିବା ଅଧିକାଂଶ ମହିଳା ହିଂସା, ନିର୍ଯ୍ୟାତନା ଓ ହତ୍ୟାକାଣ୍ଡ ଘଟଣାରେ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ସଂପୃକ୍ତିକୁ ଶାସକ ବିଜେଡିର ମହିଳା ନେତ୍ରୀମାନେ ସୁରକ୍ଷା ଦେଇ ଆସୁଥିବାର ଅତୀତରେ ଘଟି ଯାଇଥିବା ଘଟଣା ମାନକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହେଉଛି। ପରୀ ଘଟଣାରେ ମନ୍ତ୍ରୀ ଅରୁଣ ସାହୁ, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା ଓ ଏସିଏଫ ସୈାମ୍ୟ ରଂଜନ ହତ୍ୟାକାଣ୍ଡରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସଂପୃକ୍ତିର ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିବା ସହ ସେମାନଙ୍କୁ କ୍ରମାଗତ ଭାବେ ବିଜେଡି ନେତ୍ରୀମାନେ ସୁରକ୍ଷା ପ୍ରଦାନ କରି ଆସୁଥିଲେ। ଆଜି ମଧ୍ୟ ବିଜେଡି ନେତ୍ରୀମାନେ ଅନୁରୁପ ଭାବେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ‘ମା କୁ ସମ୍ମାନ’ର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ମଧ୍ୟ ନୀରବ ଥିଲେ, ଆଜି ମଧ୍ୟ ନୀରବ ଅଛନ୍ତି। ଏହି କାରଣରୁ ରାଜ୍ୟରେ ପ୍ରତିଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇଚାଲିଛି ଏବଂ ଦଣ୍ଡବିଧାନ ହାର କ୍ରମାଗତ ଭାବେ ହ୍ରାସ ପାଉଛି ବୋଲି ସୁଶ୍ରୀ ବଡ଼ଜେନା କହିଛନ୍ତି।

ଶାସକ ବିଜେଡି ସଠିକ ଭାବେ ନିଜ ସାମ୍ବିଧାନିକ ଦାୟୀତ୍ୱ ମର୍ଯ୍ୟାଦାର ସହ ନିର୍ବାହ କରିଥିଲେ ଅପରାଧୀମାନେ ଅପରାଧ କରିବାକୁ ଭୟ କରିଥାନ୍ତେ। ରାଜ୍ୟର ପ୍ରତ୍ୟେକ ମା, ଭଉଣୀଙ୍କ ସମ୍ମାନ ରକ୍ଷା ପାଇଁ ବିଜେପି ପ୍ରତିଶୃତିବଦ୍ଧ। ଅନ୍ୟକୁ ପରାମର୍ଶ ନଦେଇ ଶାସକ ବିଜେଡିର ମହିଳା ନେତ୍ରୀମାନେ ରାଜ୍ୟର ମାଁ ଓ ଭଉଣୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ସୁଶ୍ରୀ ବଡ଼ଜେନା କହିଛନ୍ତି। ପୋଲିସ ବିଭାଗକୁ ହାତବାରିସୀ କରି ଶାସକ ବିଜେଡି ଏଭଳି ଜଘନ୍ୟ ଓ ବର୍ବରୋଚିତ ହତ୍ୟାକାଣ୍ଡକୁ ଦିଗହରା କରିବା ପାଇଁ ହୀନ ପ୍ରଚେଷ୍ଟା ଓ ଷଡ଼ଯନ୍ତ୍ର କରୁଛନ୍ତି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରି ତଦନ୍ତ ପରିସରଭୁକ୍ତ କରିବା ସହ ଯଥାଶୀଘ୍ର ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ସୁଶ୍ରୀ ବଡ଼ଜେନା ଦାବି କରିଛନ୍ତି। ଏହି ଅବସରରେ ବିଜେପି ଯୁବ ମୋର୍ଚ୍ଚା ମିଡିଆ ରାଜ୍ୟ ସଂଯୋଜକ ସୁଜିତ୍ ସାହୁ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.