Home ଓଡ଼ିଶା ଔରଙ୍ଗଜେବ ଲେନର ସାଇନ ବୋର୍ଡରେ କାଳି ଲିପିଲେ ନେତା : ଔରଙ୍ଗଜେବ ରୋଡର ନାମ ପୂର୍ବରୁ...

ଔରଙ୍ଗଜେବ ଲେନର ସାଇନ ବୋର୍ଡରେ କାଳି ଲିପିଲେ ନେତା : ଔରଙ୍ଗଜେବ ରୋଡର ନାମ ପୂର୍ବରୁ ବଦଳାଯାଇଥିଲା

507

ନୂଆ ଦିଲ୍ଲୀ ୨-୧୨ (ଓଡ଼ିଆ ପୁଅ) ପୁଣି ବିବାଦରେ ମୋଗଲ ବାଦଶାହ ଔରଙ୍ଗଜେବ। ଏଥର ବିବାଦ ଆରମ୍ଭ କରିଛି ଶିରୋମଣି ଅକାଳୀ ଦଳ। ଦଳର ଜଣେ ନେତାଙ୍କର ଏହା ଅଭିଯୋଗଯେ, ସ୍ୱାଧିନତା ପରେ ପରେ ଔରଙ୍ଗଜେବଙ୍କର ମହିମାମଣ୍ଡନ କରାଯାଉଛି।

ଦିଲ୍ଲୀର ଲୁଟିୟନ୍ସ ଜୋନରେ ଶିରୋମଣି ଅକାଲୀ ଦଳର ବିଧାୟକ ଔରଙ୍ଗଜେବ ଲେନର ସାଇନ ବୋର୍ଡ ଉପରେ କାଳି ଲିପି ଦେଇଛନ୍ତି। ନିଜର ସମର୍ଥକମାନଙ୍କ ସହିତ ବିଧାୟକ କାଳି ଲିପିବା ପରେ ସଡ଼କ ଏବଂ ପାଠ୍ୟକ୍ରମରୁ ତାଙ୍କର ନାମ କୁ ହଟାଇବାପାଇଁ ଦାବି କରିଛନ୍ତି। ଶିରୋମଣି ଅକାଳୀ ଦଳର ବିଧାୟକ ମନଜିନ୍ଦର ସିଂହ ସିରସା କେବଳ ଏତିକି କରି ନାହାଁନ୍ତି ଏପରିକି ସେ ଔରଙ୍ଗଜେବଙ୍କୁ ହତ୍ୟାକାରୀ ବୋଲି କହିଛନ୍ତି ଗଣମାଧ୍ୟମ ଆଗରେ।

ରୋମଣି ଅକାଳୀ ଦଳର ବିଧାୟକ କହିଛନ୍ତିଯେ ମୋଗଲ ବାଦଶାହ ଶିଖର ଧାର୍ମିକ ନେତା ଗୁରୁ ତେଗ ବହାଦୁରଙ୍କର ହତ୍ୟା କରିଥିଲେ ଏବଂ ଗୁରୁ ଗୋବିନ୍ଦ ସିଂହଙ୍କର ପୁଅ ଉପରେ ଅତ୍ୟାଚାର କରିଥିଲେ।

ଶିଖ ଗୁରୁଦ୍ଵାରା ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ମଧ୍ୟ ସିରସାଙ୍କ ସହିତ ସ୍ୱର କୁ ସ୍ୱର ମିଳାଇ କହିଛନ୍ତି କି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଔରଙ୍ଗଜେବଙ୍କର ନାମରେ ସଡ଼କର ନାମ ରଖିବା ଆବଶ୍ୟକ ନୁହେଁ। ସେ ମଧ୍ୟ କହିଲେ କି ସ୍କୁଲ କିମ୍ବା କଲେଜରେ ତାଙ୍କ ସମ୍ବନ୍ଧିତ କିଛି ମଧ୍ୟ ପଢ଼ାଯିବାର ଆବଶ୍ୟକ ନାହିଁ। ଏଥିପାଇଁ ଆଲୋଚନା ହେବା ଆବଶ୍ୟକ।

ସୂଚନାଯୋଗ୍ୟଯେ, ୨୦୧୫ ରେ ଏନଏମଡିସି ଔରଙ୍ଗଜେବ ରୋଡର ନାମ ବଦଳାଇ ଅବ୍ଦୁଲ କଲାମ ରୋଡ କରିଥିଲା କିନ୍ତୁ ଲେନର ନାମରେ କୌଣସି ପରିବର୍ତ୍ତନ କରିନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.