Home ଜିଲ୍ଲା ପରିକ୍ରମା ଉନ୍ନତିକରଣ ଓ ସଂରକ୍ଷିତ ହେବ ଆଦମପୁର ଜଙ୍ଗଲ

ଉନ୍ନତିକରଣ ଓ ସଂରକ୍ଷିତ ହେବ ଆଦମପୁର ଜଙ୍ଗଲ

23

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନଂ ଜାତୀୟ ରାଜପଥକୁ ଲାଗି କପାଳୀ ନଦୀ କୂଳରେ ଥିବା ଆଦମପୁର ଜଙ୍ଗଲ (ନଳାଙ୍ଗ ବଣ)ର ବୃକ୍ଷରାଜିକୁ ସଂରକ୍ଷିତ ରଖାଯିବା ସହିତ ଏହି ଅଞ୍ଚଳ ଏକ ପିକ୍‌ନିକ୍ ସ୍ପଟ ପାଲଟିଥିବାରୁ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବା ନେଇ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଗ୍ରହ ପ୍ରକାଶ କରିଛନ୍ତି । ଏ ନେଇ ଆଜି ଜିଲ୍ଲ୍‌ାପାଳ କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି । ଏହି ସ୍ଥାନକୁ କିପରି ଅଧିକରୁ ଅଧିକ ସଂଖ୍ୟାରେ ଲୋକ ପିକ୍‌ନିକ୍ (ଭୋଜି) କରିବାକୁ ଆସିବେ ସେଥିଲାଗି ଆବଶ୍ୟକ ଥିବା ପାନୀୟ ଜଳ ବନ୍ଦୋବସ୍ତ ବସିବା ଲାଗି ବେଞ୍ଚ, ବର୍ଜ୍ୟବସ୍ତୁକୁ ଫୋପାଡିବା ପାଇଁ ଡଷ୍ଟବିନ୍ ସହିତ ପିଲାମାନଙ୍କ ପାଇଁ ଆକର୍ଷଣୀୟ ସାଜସଜ୍ଜା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅଞ୍ଚଳ ରାଜପଥ କଡରେ ହୋଇଥିବାରୁ ପିକ୍‌ନିକ୍ ପାଇଁ ଆସୁଥିବା ଗାଡିଗୁଡିକର ପାର୍କିଂ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆ ଯାଇଛି । ଏହି ତଦନ୍ତ ସମୟରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଭଣ୍ଡାରିପୋଖରୀ ବିଡିଓ ବିଜୟ କୁମାର ସାହୁ, ତହସିଲଦାର ମୃତ୍ୟୁଞ୍ଜୟ ଭୁୟାଁ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.