Home କୋରାପୁଟ                  ଓଲଟିଲା ଏଲପିଜି ଟ୍ୟାଙ୍କର ,ଜଣେ ମୃତ

                 ଓଲଟିଲା ଏଲପିଜି ଟ୍ୟାଙ୍କର ,ଜଣେ ମୃତ

63

କୋରାପୁଟ ୧୯-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ-ଜୟପୁର ୨୬ ନଂ ଜାତୀୟ ପାଜପଥର ଜୟପୁର ଘାଟିରେ ଓଲଟି ପଡିବାରୁ ଜଣକର ମୃତ୍ୟୁ ହୋଇଛି । ଟ୍ୟାଙ୍କରରୁ ଗ୍ୟାସଲିକ ହେଉଥିବାରୁ ଘଟଣା ସ୍ଥଳର ୧ କିଲୋମିଟର ପରିଧି ମଧ୍ୟରେ କର୍ଡନ କରି  ଯାତାୟତ ବନ୍ଦ କରି ଦିଆଯାଇଥିବା ବେଳେ ପୋଲିସ ଓ ଅଗ୍ନୀଶମ ବିଭାଗ ଅଧିକାରୀ ସେଠାରେ ଉପସ୍ଥିତ ରହିଥିଲେ । ରାୟଗଡାରୁ ସ୍ୱତନ୍ତ୍ର ଦଳ ପହଂଚି ସ୍ଥିତି ଅନୁଧ୍ୟାନ କରିବା ପରେ ଯାତାୟତ ଆରମ୍ଭ କରାଯାଇଥିବା ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନ ସୂଚନା ଦେଇଥିଲେ ।ସୂଚନା ଅନୁଯାୟୀ ବିଶାଖାପାଟଣାରୁ ରାୟପୁରକୁ  ଏଲପିଜି ନେଇ ଏକ ଟ୍ୟାଙ୍କର ଯାଉଥିବାବେଳେ  ଜୟପୁର ଘାଟିରେ ନିୟନ୍ତ୍ରଣ ହରାଇ ବୁଧବାର ପୂର୍ବାହ୍ନରେ ଓଲଟି ପଡିଥିଲା । ଖବର ପାଇ  କୋରାପୁଟ ସଦର ଥାନା ପୋଲିସ ,ଜୟପୁର ପୋଲିସ ,ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଟ୍ୟାଙ୍କର ତଳେ ଜଣେ ଚାପି ହୋଇ ମୃତ୍ୟୁ ବରଣ କରିଥିବାେଳେ ଆଉ ଜଣକର ଖୋଜ ଖବର ମିଳି ନଥିବା ଜଣାପଡିଛି । କୋରାପୁଟ ଜିଲ୍ଲପାଳ ଅବଦ୍ଦାଲ ଏମ ଅଖତାର ,କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି ଜୟପୁର ଉପଜିଲ୍ଲପାଳ ହେମକାନ୍ତ ସାଏ ଘଟଣାସ୍ଥଳ ପରିଦର୍ଶର୍ନ କରି ଅନୁଧ୍ୟାନ କରିଥିଲେ ।  ା ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନ ଓ ଜୟପୁର ଅତିରିକ୍ତ ତହସିଲଦାର  ଅଶ୍ୱିନି କୁମାର ମହାପାତ୍ର  ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରଥିଲୋ । ଅଗ୍ନୀଶମ ବିଭାଗ ଦକ୍ଷିଣାଂଚଳ  ଜୋନ ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶ ଓ ଅନ୍ୟମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଯେପରି କୌଣସି ଦୁର୍ଘଟଣା ନ ଘଟେ ସେଥିପ୍ରତି ନଜର ରଖିଥିଲେ । ଗ୍ୟାସ ଲିକେଜ ଆରମ୍ଭ ହୋଇଥିବାରୁ ବିଶେଷ ସତର୍କତା ପନ୍ଥା ଅବଲମ୍ବନ କରା ଯାଉଥିବାବେଳେ  ଡିଜେଲ ଟେଙ୍କରୁ  ତେଲ ବାହାର କରି ଦିଆ ଯାଇଥିବା ଶ୍ରୀ ଦାଶ  ସୂଚନା ଦେଇଛନ୍ତି । ବିଶାଖାପଟାଣାରୁ ଟେକ୍ନିକାଲ ଟିମ ପହଂଚିବା ପରେ ଅନ୍ୟ ଏକ ଟ୍ୟାଙ୍କରକୁ ଗ୍ୟାସ ସ୍ଥାନାନ୍ତର କରାଯିବ ବୋଲି  ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.