Home କୋରାପୁଟ ନିର୍ବାଚନ ସରିଲା ପରେ କୁନ୍ଦୁଲିରେ ବିଜେପି ଓ କଂଗ୍ରେସର ଆନ୍ଦୋଳନ

ନିର୍ବାଚନ ସରିଲା ପରେ କୁନ୍ଦୁଲିରେ ବିଜେପି ଓ କଂଗ୍ରେସର ଆନ୍ଦୋଳନ

37

କୋରାପୁଟ ୧୩-୦୨(ଓଡିଆ ପୁଅ /ରଂଜନ ଦାସ )ଓଡିଶା ମାଟିରେ  ପଡୋଶୀ ଆନ୍ଧ୍ର ପଂଚାୟତ ନିର୍ବାଚନ ଶେଷ କରିବା ପରେ ଜିଲ୍ଲାର ବିଜେପି ଓ କଂଗ୍ରେସ ନେତାମାନେ କୁନ୍ଦୁଲିଠାରେ  ୨ଘ. ଆନ୍ଦୋଳନ କରିଥିଲେ ଓ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡିଛି ।ଆନ୍ଧ୍ର ଓଡିଶା  ମାଟିରେ ନିର୍ବାଚନ କରିଥିବାରୁ ଓଡିଶା ତଥା କୋରାପୁଟ ଜିଲ୍ଲାର ସ୍ୱାଭିମାନକୁ  ବ୍ୟାଘାତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି , ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ  , ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ . ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ,ବିଜେପି ନେତା ଗୈାତମ ସାମାନ୍ତରାୟ ପ୍ରମୁଖଙ୍କ ସହ ଶତାଧିକ କର୍ମିମାନେ ରାସ୍ତାରେ  ଟାୟାର ଜାଳି ଧାରଣା ଦେଇଥିଲେ ।ସୁନାବେଡା ଏସଡିପିଓ ନିରଞନ ବେହେରା ଘଟଣାସ୍ଥଳକୁ ଆସି ବୁଝାଇବା ପରେ ଆନ୍ଦୋଳନକାରୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ ।
କୋଟିଆରେ କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦ୍ଦୁଲ ଅଖତର ଗାଡିକୁ ବିଜେପି ନେତାମାନେ କିଛି ସମୟ ଅଟକାଇ ଥିଲେ ବୋଲି ଜଣାପଡିଛି  । ଆନ୍ଧ୍ର ସରକାର ବେଆଇନଭାବେ ନିର୍ବାଚନ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଏହି ନିର୍ବାଚନର ସମସ୍ତ ଭିଡିଓ ଉଠାଯାଇଛି ଓ ସେହି ଭିଡିଓକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.