Home କେନ୍ଦ୍ରାପଡ଼ା ଓଡିଶା କୃଷକ ସଭା ପକ୍ଷରୁ ରିଲିଫ ବଣ୍ଟନ

ଓଡିଶା କୃଷକ ସଭା ପକ୍ଷରୁ ରିଲିଫ ବଣ୍ଟନ

96

କେନ୍ଦ୍ରାପଡା ୧/୯( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଓଡିଶା କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଚଳିତ ବନ୍ୟାରେ କେନ୍ଦ୍ରାପଡା ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ଗ୍ରାମରେ ଶୁଖିଲା ଖାଦ୍ୟ ଯଥା-ଚୁଡା, ଗୁଡ, ବିସ୍କୁଟ, ପାଣି ବୋତଲ, ମଶା ଧୂପ, ଦିଆସିଲି ପ୍ରଭୃତି ପ୍ରତି ପରିବାରକୁ ବଣ୍ଟନ କରାଯାଇଛି। ସଂଗଠନର କର୍ମୀମାନେ ସରକାରୀ ରେସକ୍ୟୁ ବୋଟ ଯୋଗେ ପ୍ରତି ଘର ଘର ବୁଲି ରିଲଫ ପ୍ୟାକେଟ୍ ସବୁ ବଣ୍ଟନ କରିଥିଲେ। ପ୍ରକାଶ ଥାଉକି, ବେଣୀପୁର ରେ ୯୦ ଭାଗ ଘର ମଥାନ ପର୍ଯ୍ୟନ୍ତ ପାଣିରେ ଏବେବି ବୁଡି ରହିଛି। ବାହ୍ୟ ଜଗତ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡିଥିବା ଗ୍ରାମରେ ବହୁ ଲୋକ ସ୍ୱସ୍ଥ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସରକାରୀ ଡାକ୍ତର ଟିମ୍ କେବଳ ଯାଇ ପହଁଚି ଅଧଘଣ୍ଟା ପରେ ଫେରି ଆସିବା ଧର୍ମକୁ ଆଖିଠାର ସଦୃଶ। ସେଠାରେ ଡାକ୍ତର ଟିମ୍ ଅତ୍ୟନ୍ତ ୧୫ଦିନ ରହିବାର ଆବଶ୍ୟକତା ରହୁଛି। ଗର୍ଭବତୀ ମହିଳା, ଛୋଟପିଲା ଏବଂ ବୁଢାବୁଢୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ କାର୍ଯ୍ୟକ୍ରମ ସମୁଦ୍ରକୁ ଶଙ୍ଖେ ସଦୃଶ। ଏହି ରିଲିଫ କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଂପାଦକ ଗୟାଧର ଧଳଙ୍କ ନେତୃତ୍ୱରେ ପ୍ରଶାନ୍ତ କୁମାର ରାଉତ, ଅମିୟ କୁମାର ପ୍ରଧାନ, ଅଲେଖ ନାୟକ, ସଂଜୟ ବାଗ୍‌, ସେକ୍ ନଫିସୁଦ୍ଦିନ୍‌, ସେକ୍ ମେହେବୁବ୍‌, ସନ୍ଦୀପ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.