Home ଜିଲ୍ଲା ପରିକ୍ରମା ଉର୍ସ ଉତ୍ସବକୁ ଆସିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ

ଉର୍ସ ଉତ୍ସବକୁ ଆସିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ

26

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସରକାର ବାବାଙ୍କ ୯ମ ଉର୍ସ ଉତ୍ସବରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରକାର ନଗର ସ୍ଥିତ ଖାନ୍‌କା ପରିସରରେ ଏହି ଉର୍ସ ଉତ୍ସବ ମହା ସମାରୋହରେ ପାଳନ କରାଯାଉଛି । ଆଜି ଏଥି ନିମନ୍ତେ ଶ୍ରୀ ପଟ୍ଟନାୟକ ଭଦ୍ରକ ଆସି ସରକାରନଗର ସ୍ଥିତ ଖାନ୍‌କାକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସ୍ଥାନୀୟ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ପଟ୍ଟନାୟକ ସରକାର ବାବାଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସରକାରବାବା କେବଳ ଭଦ୍ରକ ଜିଲ୍ଳା ନୁହଁନ୍ତି କି ଓଡ଼ିଶାରେ ନୁହନ୍ତି, ସେ ସମଗ୍ର ଭାରତ ବର୍ଷର ବହୁ ଶ୍ରଦ୍ଧାଳୁଙ୍କ ପ୍ରିୟ ଥିଲେ । ଆଜି ତାଙ୍କ ଗୁଣାବଳୀ ସମଗ୍ର ଭାରତବର୍ଷ ସମେତ ଭାରତ ବାହାରେ ମଧ୍ୟ ପ୍ରଚାରିତ ଓ ପ୍ରସାରିତ । ସେ ଜଣେ ଜନପ୍ରିୟ ବ୍ୟକ୍ତି ବିଶେଷ ଥିଲେ, ଯାହାଙ୍କୁ କି ସବୁ ଧର୍ମର ଲୋକେ ଭଲ ପାଉଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଶ୍ରୀ ପଟ୍ଟନାୟକଙ୍କ ସହିତ ପୂର୍ବତନ ଜିଲ୍ଳା ସଭାପତି ସୁବ୍ରତ ଦାସ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି, ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ୍ ଖାଁ, ଜିଲ୍ଳା ସଂଖ୍ୟାଲଘୁ ସେଲ ସଭାପତି ଅସ୍‌ରଫ୍ ଅଲୀ ଖାନ୍‌, ପୀତବାସ ଧଳ, ରାଜୀବଗାନ୍ଧି ପଞ୍ଚାୟତିରାଜ ସଂଗଠନ ସଭାପତି ପ୍ରଦ୍ୟୁମ୍ନ ଦାସ, ଜିଲ୍ଳା ଯୁବକଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ଜିଲ୍ଳା ଛାତ୍ର କଂଗ୍ରେସ ସଭାପତି ସେକ୍ ସାହିଲ କାଦ୍ରୀ, ପାରିଷଦ ତନ୍‌ବୀର ଖାନ୍‌, ଜିଲ୍ଳା ଅନୁସୂଚିତ ଜାତି ସଭାପତି ରଞ୍ଜନ ଜେନା, ବିଜୟ ବାରିକ, ଟୋନୀ ଅଲୀ, ଶଶିକାନ୍ତ ଜେନା, ବିଜୟ ପତି, ସେକ୍ କାଲୁ, ସେକ୍ କଲାମ୍ ପ୍ରମୁଖ ଖାନ୍‌କା ପରିସରକୁ ଯାଇ ସରକାରବାବାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.