Home କଳାହାଣ୍ଡି ଉଦଘାଟନର ବର୍ଷେ ନପୁରୁଣୁ ମେଗାଲିପ୍ଟ କେନାଲରେ ଘାଇ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

ଉଦଘାଟନର ବର୍ଷେ ନପୁରୁଣୁ ମେଗାଲିପ୍ଟ କେନାଲରେ ଘାଇ, ନିମ୍ନ ମାନର କାର୍ଯ୍ୟ ଅଭିଯୋଗ

32

କଳାହାଣ୍ଡି ତା.୦୧.୦୮.୨୦୨୧ ( ଓଡିଆପୁଅ ) କଳାହାଣ୍ଡି ଜିଲ୍ଲାରେ ବହୁମୂଖି ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନା ର କୋକସରାରୁ ବେହେରା ଯାଇଥିବା ମେଗାଲିଫ୍ଟ କେନାଲ ରେ ଆରଡି ୩୪  ମାଝୀଗୁଡା ଠାରେ ହୁଡାଭାଙ୍ଗିଯାଇ ଘାଇ ହେବା ଫଳରେ ପାଶ୍ୱର୍ସ୍ଥ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଯାଇଥିବା ଜଣାପଡିଛି । ମଙ୍ଗଳପୁର ଠାରେ ଥିବା ହାତୀବେରେଜରୁ ବିଦ୍ୟୁତ ମୋଟର ଯୋଗେ ଲିଫ୍ଟ କରାଯାଇ ଇନ୍ଦ୍ରାବତୀର ଅଣ ଜଳସେଚିତ ଜମି ଗୁଡିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ନିର୍ମିତ ଏହି କେନାଲ ହୁଡା ଭାଙ୍ଗିଯିବା ହେତୁ ଚାଷି ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । କେନାଲ ନିର୍ମାଣ କରୁଥିବା ଠିକା ସଂସ୍ଥା ଦ୍ୱାରା ନିମ୍ନ ମାନର କାର୍ଯ୍ୟ କରିଥିବା ଚାଷୀ ମହଲରେ ଅଭିଯୋଗ ହେଉଛି ।
ଗତ ମକରସଂକ୍ରାନ୍ତି ୧୪,ଜାନୁଆରୀ ୨୦୨୧ଦିନ ଏହି ମେଗା ଲିଫ୍ଟ କେନାଲର ଉଦଘାଟନ କରାଯାଇଥିବା ବେଳେ କୋକସରା ଓ ଧର୍ମଗଡ ଅଂଚଳର ଅଣଜଳସେଚିତ ଚାଷ ଜମିକୁ ପ୍ରଥମ କରି ଜଳସେଚନ କରିବା ପ୍ରୟାସ କରାଯାଇଥିବା ବେଳେ କେନାଲ ହୁଡା ଭାଙ୍ଗିଯିବା ଘଟଣା ଚାଷୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ମିଳିଥିବା ସୂଚନାରୁ ଅନୁସାରେ ଗତ ଶୁକ୍ରବାର ଦିନ କେନାଲ ହୁଡା ଉପରେ ପାଣି ଅଭରଫ୍ଲୋ  ହୋଇଯିବା ଫଳରେ ନିମ୍ନ ମାନର ହୁଡା ନିର୍ମାଣ ଯୋଗୁଁ ପାଣିରେ ହୁଡା ଧୋଇହୋଇଯାଇ ଭାଙ୍ଗିଯାଇଥିବା ଚାଷୀ ମାନଙ୍କ ସୂତ୍ରରୁ ପ୍ରକାଶ ।
ଇନ୍ଦ୍ରାବତୀ ବହୁମୂଖ ଜଳବିଦ୍ୟୁତ ଯୋଜନା ମାଧ୍ୟ୍ୟମରେ ଗତ ୨୦୦୦ ମସିହା ଠାରୁ ବାମ ଓ ଦକ୍ଷିଣ କେନାଲ ମାଧ୍ୟମରେ କଳାହାଣ୍ଡିର ଅନେକ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଥିବା ବେଳେ ଜୟପାଟଣା ବ୍ଲକର ଅଧିକାଂଶ ଅଂଚଳ, କୋକସରା ବ୍ଲକର କେବଳ ଚାରି/ପାଂଚଖଣ୍ଡ ଗ୍ରମକୁ ଛାଡିଦେଲେ ଅନ୍ୟ ସମସ୍ତ ଅଂଚଲ ତଥା ଧର୍ମଗଡ ବ୍ଲକର ଅଧିକାଂଶ ଅଂଚଳରେ କେନାଲ ଜଳସେଚନ ବ୍ୟବସ୍ଥା ହୋଇପାରିନଥିଲା । ସେହି ଅଂଚଳର ଚାଷୀ ମାନଙ୍କର ଦାବୀ ଅନୁସାରେ ଗତ ଜାନୁଆରୀ ୨୦୨୧ ରେ ମେଗାଲିଫ୍ଟ ମାଧ୍ୟମରେ କେନାଲ ବ୍ୟବସ୍ଥା କରାଯାଇ ସେହି ଅଂଚଳକୁ ଜଳସେଚିତ କରାଯିବାର ବ୍ୟବସ୍ଥା କରାଯାଇଥିଲା । ହେଲେ ପଥମ ଥର ଜଳସେଚନ ବ୍ୟବସ୍ଥା କରାଯିବା ସମୟରେ ଏଭଲି କେନାଲ ହୁଡା ଭାଙ୍ଗିଯିବା ଘଟଣାକୁ ଚାଷୀ ମାନେ ସହଜରେ ଗ୍ରହଣ କରିପାୁନାହାନ୍ତି । ଚାଷୀ ମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ କରାଯିବାକୁ ଏଲଆଣ୍ଡ ଟି କମ୍ପାନୀ ଦ୍ୱାରା ଏହି କେନାଲ ନିର୍ମାଣ କରାଯାଇଥିବା ଜଣାପଡିଛି  । ହେଲେ ପ୍ରଥମ ଜଳସେଚନରେ କେନାଲ ହୁଡା ଭାଙ୍ଗିବା ନିଶ୍ଚିତ ଭାବେ ନିମ୍ନମାନର କାର୍ଯ୍ୟ ହୋଇଥାଇପାରେ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଚାଷି ମହଲରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.