Home ଜିଲ୍ଲା ପରିକ୍ରମା ‘ଉତ୍କଳ ସମ୍ମିଳନୀ’ର ଭଣ୍ଡାରିପୋଖରୀ ଶାଖା ପ୍ରତିଷ୍ଠା

‘ଉତ୍କଳ ସମ୍ମିଳନୀ’ର ଭଣ୍ଡାରିପୋଖରୀ ଶାଖା ପ୍ରତିଷ୍ଠା

81

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀରେ ‘ଉତ୍କଳ ସମ୍ମିଳନୀ’ ଶାଖା ପ୍ରତିଷ୍ଠା କରାଯାଇଛି। ଶାରଦା ବିଦ୍ୟାମନ୍ଦିର ପରିସରରେ ସମ୍ମିଳନୀର ରାଜ୍ୟ କର୍ମକର୍ତ୍ତା ଡଃ ସୁରେନ୍ଦ୍ର ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବକୁ ସମ୍ମିଳନୀର ରାଜ୍ୟ ମହାସଚିବ ଡା ରବିରଞ୍ଜନ ସାହୁ ଉଦଘାଟନ କରି ସମ୍ମିଳନୀର ଅପୂରଣୀୟ ଲକ୍ଷ୍ୟ ହାସଲ ପାଇଁ ଏହା କ୍ରମେ ପ୍ରସାରିତ ହେଉଛି ବୋଲି କହିଥିଲେ। ଏଥିରେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ଉପସଭାପତି ବିଚିତ୍ର ବଡଜେନା, ସମାଚାର ସମ୍ପାଦକ ଦିଲ୍ଲିପ ଦାଶଶର୍ମା, ଜାତୀୟ ସୂଚନା କେନ୍ଦ୍ର ପୂର୍ବତନ ନିର୍ଦ୍ଦେଶକ ଡଃ ରବିନାରାୟଣ ବେହେରା, ଭୁବନେଶ୍ୱର ସଭାପତି ଇଂ ବିଭୂତି ମିଶ୍ର, ଶାରଦା ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ସମ୍ମିଳନୀ ଶାଖା ପ୍ରତିଷ୍ଠାର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସମ୍ମିଳନୀର ଶାଖା ପ୍ରତିଷ୍ଠା କରାଯାଇ ପ୍ରକାଶ ମହାପାତ୍ରଙ୍କୁ ସଭପତି ଭାବେ ମନୋନୀତ କରାଯାଇଥିଲା। ପ୍ରକାଶ ମହାପାତ୍ର ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ। ପବନ କୁମାର ନାୟକ ଧନ୍ୟବାଦ ଦେଇଥିଲେ। ସ୍ଥାନୀୟ ପ୍ରେସକ୍ଲବ ସଭାପତି ଧ୍ରୁବଚରଣ ବାରିକ, ଡା. ନିରଞ୍ଜନ ଓଝା, ବ୍ରଜକିଶୋର ମହାନ୍ତି, ଶିକ୍ଷକ ସଞ୍ଜୟ କୁମାର ନନ୍ଦ, ଗୁରୁଚରଣ ସାହୁ, ରାଷ୍ଟ୍ରୀୟ ଜନତା ପରିଷଦ ସମ୍ପାଦକ ରାଜେଶ ବିଶ୍ୱାଳ, ଆକାଶ ଆଦିତ୍ୟ ବେହେରା, ଶିଶୁ ସାହିତ୍ୟିକ ରମାକାନ୍ତ ବେହେରା, ଜଗନ୍ନାଥ ପଣ୍ଡା, ମୁରଲିଧର ଦାସ, ଜଗନ୍ନାଥ ସାମଲ, ମାଯି ମା ସମ୍ପାଦକ ବିନୋଦ ବାରିକ ପ୍ରମୁଖ ପ୍ରତିଷ୍ଠା ଉତ୍ôସବରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.